ପୁରୀ :୧୩.୦୬(ମନୋଜ କୁମାର ବଳିଆରସିଂ )ଶ୍ରୀ ଶ୍ରୀକ୍ଷେତ୍ର ସୂଚନା, ପୁରୀ ପକ୍ଷ ରୁ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ୨୩ତମ ଲୋକମେଳା (ଜାତୀୟ ଆଦିବାସୀ/ଲୋକଗୀତ ଓ ନୃତ୍ୟ ମହୋତ୍ସବ ଏବଂ ଜାତୀୟ ସ୍ତରୀୟ ପ୍ରଦର୍ଶନୀ) ଓ ୧୬ତମ କୃଷିମେଳା (ଜାତିୟ କୃଷି ପ୍ରଦର୍ଶନୀ) ପୁରୀ ର ସ୍ବର୍ଣ୍ଣାଭବେଳାଭୂମି ରେ ତା ୧୬.୦୬.୨୦୨୫ ଠାରୁ ୨୦.୦୬.୨୦୨୫ ପର୍ଯ୍ୟନ୍ତ ପାଞ୍ଚ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଯାଉଅଛି। ଏହି ମହୋତ୍ସବ ରେ ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ମଣିପୁର, ସିକ୍କିମ, ତ୍ରିପୁରା, ପଶ୍ଚିମ ବଙ୍ଗ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, କର୍ଣାଟକ, କେରଳ, ତାମିଲ ନାଡୁ, ରାଜସ୍ଥାନ, ଗୁଜରାଟ, ହରିଆଣା, ପଞ୍ଜାବ, ଓଡ଼ିଶା, ଏବଂ ଏହା ସହିତ ଅନ୍ୟ ୧୦ ଗୋଟି ରାଜ୍ୟ ରୁ କଳାକାର ମାନେ ସେମାନଙ୍କ ରାଜ୍ୟ ର ଲୋକଗୀତ ଓ ନୃତ୍ୟ କୁ ଏଇ ମଞ୍ଚ ରେ ପ୍ରଦର୍ଶନ କରିବେ ।

ଏହି ମହୋତ୍ସବର ଉଦ୍ଘାଟନୀ ଉତ୍ସବରେ ଅତିଥି ଭାବେ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଓଡ଼ିଶା ସରକାର, ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ମାନ୍ୟବର ମନ୍ତ୍ରୀ (ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବସେବା, ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ) ଓଡିଶା ସରକାର, ଡଃ ସମ୍ବିତ ପାତ୍ର, ସାଂସଦ, ପୁରୀ, ଶ୍ରୀ ଶୁଭାଶିଷ ଖୁଣ୍ଟିଆ, ସାଂସଦ(ରାଜ୍ୟସଭା), ଡଃ ରବୀନ୍ଦ୍ର ନାରାୟଣ ବେହେରା, ସାଂସଦ, ଯାଜପୁର, ଶ୍ରୀ ସୁଜିତ କୁମାର ମାନ୍ୟବର ରାଜ୍ୟ ସଭା ସାଂସଦ ଡଃ ଅରବିନ୍ଦ କୁମାର ପାଢ଼ୀ ଭା. ପ୍ର. ସେ, ପ୍ରମୁଖ ଶାସନ ସଚିବ, କୃଷି ବିଭାଗ, ଓଡିଶା ସରକାର, ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଭା. ପ୍ର. ସେ, ଜିଲ୍ଲାପାଳ ପୁରୀ, ଶ୍ରୋ ଭିନିତ ଅଗ୍ରୱାଲ ଭା.ପ୍ର, ସେ, ଆରକ୍ଷୀ ଅଧିକ୍ଷକ, ପୁରୀ ଅନ୍ୟ ଦିନ ମାନଙ୍କରେ ମାନ୍ୟବର ମନ୍ତ୍ରୀ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ମାନ୍ୟବର ମନ୍ତ୍ରୀ ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ, ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମାନ୍ୟବର ମନ୍ତ୍ରୀ ସହଯୋଗ, ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ ଶ୍ରୀ ପ୍ରଦୀପ ବଳ ସାମନ୍ତ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ବ୍ରଜକିଶୋର ତ୍ରିପାଠି ଯୋଗଦେବା ପାଇଁ ସ୍ୱୀକୃତି ପ୍ରଦାନ କରିଛନ୍ତି ଅନୁଷ୍ଠାନ ର ସାଧାରଣ ସମ୍ପାଦକ ରାଜେଶ କୁମାର ମହାନ୍ତି ସୂଚନା ପ୍ରଦାନ କରିଥିଲେ ।

ଚଳିତ ବର୍ଷ ଜାତୀୟ ମତ୍ସ୍ୟ ଉନ୍ନୟନ ବୋର୍ଡ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଡଃ ବିଜୟ କୁମାର ବେହେରା ଙ୍କୁ ଶ୍ରୀକ୍ଷେତ୍ର ସମ୍ମାନ ରେ ସମ୍ବଦ୍ଧିତ କରାଯିବାପାଇଁ ସ୍ଥିର କରାଯାଇଛି। ଏହା ସହିତ ଏକ ଜାତୀୟ ସ୍ତରୀୟ କୃଷି ମେଳା ଅନୁଷ୍ଠିତ ହେବାକୁ ଯାଉଅଛି ଚଳିତ ବର୍ଷ କୃଷି ମେଳା ରେ ଓ. ୟୁ. ଏ. ଟି, ଜାତିୟ ମତ୍ସ୍ୟ ଉନ୍ନୟନ ବୋର୍ଡ, ଭାରତୀୟ ପାଣିପାଗ ବିଭାଗ, କେନ୍ଦ୍ରୀୟ ମହିଳା କୃଷି ଅନୁଷ୍ଠାନ, ନାବାର୍ଡ, ମୁର୍ତିକା ସଂରକ୍ଷଣ ବିଭାଗ, ପୁରୀ, ଉପନିର୍ଦେଶକ ଉଦ୍ୟାନ ବିଭାଗ ପୁରୀ, ସିଫା, ଉଦ୍ୟାନ ବିଭାଗ ଛତିଶଗଡ, ଜାତୀୟ ଔଷଧୀୟ ଉଦ୍ଭିଦ ବୋର୍ଡ, ବୈଜ୍ଞାନିକ ଏବଂ ଶିଳ୍ପ ଗବେଷଣା ପରିଷଦ ଭାରତ ସରକାର କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ରପ୍ତାନି ବିକାଶ ପ୍ରାକରଣ, ଜାତୀୟ ଚା ବୋର୍ଡ, ଓ ମୁଖ୍ୟ ଜିଲ୍ଲା କୃଷି କାର୍ଯ୍ୟାଳୟ, ପୁରୀ ଅଂଶ ଗ୍ରହଣ କରିବା ନିମନ୍ତେ ସ୍ୱୀକୃତି ପ୍ରଦାନ କରିଛନ୍ତି। ଏହା ସହିତ ଲୋକମେଳା ପ୍ରଦର୍ଶନୀ ରେ ଭନ୍ନୟନ କମିଶନ ହସ୍ତତନ୍ତ୍ର, ପୂର୍ବତଟ ରେଳବାଇ, ଜାତୀୟ କତା ବୋର୍ଡ, ଜିଲ୍ଲା ଶିଳ୍ପ କେନ୍ଦ୍ର ପୁରୀ, ଜାତିୟ ଝୋଟ ବୋର୍ଡ଼ ପ୍ରମୁଖ ଏଥିରେ ଯୋଗ ଦେବା ପାଇଁ ସ୍ୱୀକୃତି ପ୍ରଦାନ କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀ ରେ ଅନୁଷ୍ଠାନ ର ଅଧ୍ଯକ୍ଷ ପ୍ରଫେସର ହରେକୃଷ୍ଣ ଶତପଥୀ, ଅଧ୍ଯକ୍ଷତା କରିଥିବା ବେଳେ, ମହୋତ୍ସବ ଆୟୋଜନ କମିଟି ର ଅଧ୍ୟକ୍ଷ ତଥା ପୁରୀ ର ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ପ୍ରୋଟୋକଲ୍ କମିଟି ଅଧ୍ୟକ୍ଷ ଶଙ୍କର୍ଷଣ ପରିଜା, କାର୍ଯ୍ୟକାରୀ ଅଧ୍ୟକ୍ଷ ଚକ୍ରଧର ମହାପାତ୍ର, ଉପାଧ୍ୟକ୍ଷ ଭରତ ନାୟକ, ଅଭ୍ୟର୍ଥନା କମିଟି ଉପାଧ୍ୟକ୍ଷ ସନ୍ତୋଷ କୁମାର ମହାନ୍ତି, ସାଂସ୍କୃତିକ କମିଟି ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସାମନ୍ତରାୟ, ଗଣମାଧ୍ଯମ ସମ୍ପାଦକ ପ୍ରଦ୍ୟୁମ୍ନ ସାଠୁଆ, ମୁଖ୍ୟ ସଂଯୋଜକ ହେକ୍ଟର ମିଶ୍ର, ବିଶ୍ବନାଥ ମିଶ୍ର, ସଂଗଠନ ସମ୍ପାଦକ ସତ୍ୟବ୍ରତ ଦାସ, କୋଷାଧ୍ୟକ୍ଷ ନାରାୟଣ ପାତ୍ର, ସାଂସ୍କୃତିକ ସମ୍ପାଦକ ଶ୍ଯାମ ପ୍ରକାଶ ସେନାପତି, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ସମ୍ପାଦକ ରିତେଶ କୁମାର ମହାନ୍ତି, ଦିବ୍ୟ ପ୍ରକାଶ ସୁବୁଦ୍ଧି, ଶିବସୁନ୍ଦର୍ ମିଶ୍ର, ଉପାଧ୍ଯକ୍ଷ ମହୋତ୍ସବ ଆୟୋଜନ କମିଟି ବିଦ୍ରୋହ କେଶରୀ ସିଂହ, ଯୁଗ୍ମ ସମ୍ପ ସମ୍ପାଦକ ଦେବେନ୍ଦ୍ର ମହାପାତ୍ରେ, ସୌମ୍ୟ ରଂଜନ ମିଶ୍ର, ସଭ୍ୟ ସତ୍ୟନାରାୟଣ ମହାରଣା, ପୁଷ୍କର ସାହୁ, ପ୍ରଶାନ୍ତ କୁମାର ସାହୁ,ପୁର୍ଣ୍ଣ ଚନ୍ଦ୍ର ଓଝା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ଅଂଶ ଗ୍ରହଣ କରିଥିଲେ।