ପୁରୀ : (ମନୋଜ କୁମାର ବଳିଆରସିଂ)ଆଇନସେବା ଓ ସମାଜସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସର୍ବଭାରତୀୟ ସଂଗଠନ ‘ବ୍ଲେସ୍ ଫାଉଣ୍ଡେସନ ଲିଗାଲ୍ ଗୃପ୍ ଅଫ୍ ଇଣ୍ଡିଆ’ ର ପୁରୀଜିଲ୍ଲା ଶାଖା ର ଏକ ବୈଠକ ଶନିବାର ଦିନ ପୁରୀ କଲେକ୍ଟରିଏଟ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ପୁରୀଜିଲ୍ଲା ସଭାପତି ଦିଲ୍ଲୀପ କୁମାର ସାମନ୍ତରାୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାପର୍ବ କୁ ସଂପାଦକ ଲାଲା ଅନନ୍ତ କୁମାର ସିଂହ ପରିଚାଳନା କରିଥିଲେ।

ସଂଗଠନ ର ଅଭିବୃଦ୍ଧି ସହ ସେବାର ପରିସରକୁ ଅଧିକ ବ୍ୟାପକ ଓ ବିସ୍ତୃତ କରିବା ନିମନ୍ତେ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ବୈଠକ ଶେଷରେ ଶୁଭ ଜନ୍ମଦିନ ପରିପ୍ରେକ୍ଷୀରେ ସଭାପତି ଶ୍ରୀ ସାମନ୍ତରାୟ ଙ୍କୁ ଉପସ୍ଥିତ କର୍ମକର୍ତ୍ତା ଓ ସଦସ୍ୟଗଣ ସମ୍ବର୍ଦ୍ଧନା ଜ୍ଞାପନ କରି ମିଠା ଖୁଆଇଥିଲେ। କୋଷାଧ୍ୟକ୍ଷ ଅଶୋକ କୁମାର ରଥଙ୍କ ସମେତ ବ୍ୟୋମକେଶ ଚିନରା, ଲୋକନାଥ ପୃଷ୍ଟି, ବିଜନ କୁମାର ଦାଶ, ପ୍ରଦୀପ୍ତ ମହାପାତ୍ର, ରାଜେଶ ମହାନ୍ତି, କାର୍ତ୍ତିକ ପ୍ରଧାନ, ମାନସରଞ୍ଜନ ସାହୁ ଏବଂ ଅଜୟକୁମାର ସାହୁ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।