
ପୁରୀ: ୨୭.୪ (ମନୋଜ କୁମାର ବଳିଆରସିଂ )ପୂର୍ବାହ୍ନ ୯ ଘଂଟିକା ସମୟରେ ଓଡ଼ିଶା ସଙ୍ଗୀତ ପରିଷଦ ରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୃତା, ରଚନା ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।କବି ଶିବସୁନ୍ଦର ମିଶ୍ର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଚାରକ ରୁପେ ପଣ୍ଡିତ ସଦାଶିବ ମିଶ୍ର, ଶିକ୍ଷୟିତ୍ରୀ ପ୍ରୀତିମୟୀ ମହାପାତ୍ର ,ଦୁର୍ଗା ମାଧବ କର ଯୋଗଦାନ କରିଥିଲେ।
ସମ୍ପାଦକ ଅନାମ ଚନ୍ଦ୍ର ସାହୁ ଜଗବନ୍ଧୁ ସିଂହ ଙ୍କ କର୍ମମୟ ଜୀବନ ବିଷୟରେ ବର୍ଣ୍ଣନା କରିଥିଲେ।ପୁରୀ ର ଶତାଧିକ ଛାତ୍ର ଛାତ୍ରୀ ଜଗବନ୍ଧୁ ସିଂହ ଙ୍କ ସମ୍ବନ୍ଧରେ ନିଜର ବକ୍ତବ୍ୟ ରଖିଥିଲେ।ବରିଷ୍ଠ ଆଇନ ଜୀବୀଙ୍କ ସ୍ମୃତି ରେ ଆଇନ ସମ୍ବନ୍ଧିତ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ଜଗବନ୍ଧୁ ସିଂହ ସ୍ମୃତି ସଂସଦ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ଭୋଳନାଥ ବିଦ୍ୟାପୀଠ ପ୍ରଥମ ,ପୁରୀ ଜିଲ୍ଲା ସ୍କୁଲ ,ବିଶ୍ବମ୍ବର ବିଦ୍ୟାପୀଠ, ଆଚାର୍ଯ୍ୟ ହରିହର ବିଦ୍ୟା ନିକେତନ, ଭଗବତୀ ବିଦ୍ୟା ନିକେତନ,ଡିଏଭି ପବ୍ଲିକ ସ୍କୁଲ,ବଳଗଣ୍ଡି ଉଚ୍ଚ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଆଦିର ଛାତ୍ର ଛାତ୍ରୀ ଗଣ ଯୋଗଦାନ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନା ରେ ମାଧବ ଶ୍ରୀ ଚନ୍ଦନ ଏବଂ ପୁଲକ ମିଶ୍ର ଯୋଗଦାନ କରିଥିଲେ।