ପୁରୀ : (ମନୋଜ କୁମାର ବଳିଆରସିଂ ) ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ୍ୟା ତଥା ଜିଲ୍ଲା ଓ ଦୌରାଜଜ ଶ୍ରୀମତୀ ଅଜନ୍ତା ଷଡଙ୍ଗୀଙ୍କ ନିର୍ଦ୍ଦେଶ ଅନୁଯାଇ ତା ୨୫ .୪.୨୦୨୫ ରିଖରେ ପ୍ରିୟଙ୍କା ଦେବୀ ସ୍କୁଲ ଅଫ ନର୍ସିଂ, ବଳିଗୁଆଳି,ପୁରୀ ଠାରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି ।

ଏହି କାର୍ଯକ୍ରମକୁ ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ଅମିତ କୁମାର ବାରିକଙ୍କ ଦ୍ବାରା ଉଦ୍ଘାଟନ କରିବା ସହ ନିଜ ବକ୍ତବ୍ୟରେ ଯୌନ ନିର୍ଯାତନା ନିରୋଧ ଆଇନରେ ଥ‌ିବା ବ୍ୟବସ୍ଥା, ବଳତ୍କାର ପିଡ଼ିତାଙ୍କୁ ଆଇନ ସହାୟତା ଓ ଆର୍ଥିକ କ୍ଷତିପୂରଣ ବ୍ୟବସ୍ଥା ଓ ଅନୁସୂଚିତ ଜାତି ଓ ଉପଜାତିଙ୍କ ଜାତିଗତ ଆକ୍ଷେପ କିମ୍ବା ଜାତୀ ପ୍ରଥାକୁ ନେଇ ଜନସାଧାରଣଙ୍କୁ ଅସନମାନୀତ କରିବା ଏକ ଦଣ୍ଡନୀୟ ଅପରାଧ ସମ୍ପର୍କରେ ଆଲୋଚନା କରିବାସହ ଆଇନ ସେବା ପ୍ରାଧିକରଣ ଅଧିନିୟମ ୧୯୮୭ ରେ ଥ‌ିବା ବିଭିନ୍ନ ବିଧିବ୍ୟବସ୍ଥାର ଉଦେଶ୍ୟ ଓ ଆଭିମୁଖ୍ୟ,ନିଶୁଳ୍କ ଆଇନ ସେବା ଯୋଗ୍ୟ ହିତାଧିକାରୀ, ଲୋକ ଅଦାଲତ, ମଧ୍ୟସ୍ଥତା କେନ୍ଦ୍ର, ନ୍ୟାୟ ସଂଯୋଗ, ୧୫୧୦୦ ଏବଂ ସମୁଖ କାର୍ୟଲୟ ବିଷୟରେ ଅବଗତ କରାଇବା ସହ ଆଇନ ସେବା କଣ ଏବଂ ଆଇନ ସେବା ପାଇବାପାଇଁ କେଉଁ କେଉଁମାନେ ଯୋଗ୍ୟ ସେହି ବିଷୟରେ ଆଲୋଚନା କରିଥିଲେ ।

ଆଜିର ଏହି କାର୍ଯ୍ୟକ୍ରମ ରେ ପ୍ରିୟଙ୍କା ଦେବୀ ସ୍କୁଲ ଅଫ ନର୍ସିଂ ଅଧ୍ୟାପକ, ଅଧ୍ୟାପିକା ଏବଂ ଯୋଗଦେଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଆଇନ ସେବା ପ୍ରାଧିକରଣ ତରଫରୁ ଧନ୍ୟବାଦ ଅର୍ପଣ ସହ ଆଇନ ସେବାର ଉପ‌ଯୋଗୀତା ଓ ଉପଦେୟତାକୁ ଜନସାଧାରଣଙ୍କ ମଧ୍ୟରେ ପ୍ରଚାର କରିବା ସହ ଏହା କିପରି ଜନସାଧାରଣଙ୍କ ଉପ‌ଯୋଗୀ ହୋଇପାରିବ ଏଥିପାଇଁ ଆହ୍ୱାନ ଦେଇଥିଲେ । ଏହି କାର୍ଯକ୍ରମକୁ ପରିଚାଳନା କରିବାରେ ପ୍ରାଧିକରଣର କର୍ମଚାରୀମାନେ ସହଯୋଗ କରିଥିଲେ ।