
ବାଲୁଖଣ୍ଡ ଅଭୟାରଣ୍ୟ ଜମି ଉପରେ ଭୁ ମାଫିଆ ଓ ବିଲଡର ଙ୍କ ଆଖି
ପୁରୀ : (ମନୋଜ କୁମାର ବଳିଆରସିଂ )ପୁରୀ ଜିଲ୍ଲା ରେ ଥିବା ବାଲୁଖଣ୍ଡ ରେ ଥିବା ଜଙ୍ଗଲ କୁ ୧୯୮୪ମସିହା ରେ ଅଭୟାରଣ୍ୟ ରୂପେ ସରକାର ଘୋଷଣା କରିଥିଲେ, ଏହି ଅଭୟାରଣ୍ୟ ୮୭ କିଲୋମିଟର ବିଶିଷ୍ଟ. ଏହି ଅଭୟାରଣ୍ୟ ରେ କୃଷ୍ଣସାର ମୃଗ ରୁହନ୍ତି. ସେମାନଙ୍କ ପାଇଁ ସରକାର ଅନେକ ଖର୍ଚ୍ଚ ମଧ୍ୟ କରନ୍ତି, ଭିର୍ଣ୍ଣ ଭିର୍ଣ୍ଣ ଗଛ,ଜୀବ ଜନ୍ତୁ ଅଛନ୍ତି. ଏହାର ସୁରକ୍ଷା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଆଇନ କୁ କଡା କଡୀ ରୂପେ ପାଳନ କରିଥିବା ନଜର ରହିଛି. କିନ୍ତୁ ବିଗତ ୩ ବର୍ଷ ହେବ ଦେଖା ଯାଉଛି ଯେ ଏହି ଜଙ୍ଗଲ ଭିତରେ ରାସ୍ତା ନିର୍ମାଣ ହେଇଛି, ପାଚେରୀ ଘେରା ହେଇଛି, ଅବାଧ ରେ ଗଛ କଟା ଚାଲିଛି, ଶେଷରେ ଏବେ ଜଣାପଡିଲା ଯେ ବିଜୁଳି ମଧ୍ୟ ଦିଆଯାଇଛି,
ଅଭୟାରଣ୍ୟ ରେ ଏସବୁ ଉପରେ ପ୍ରତିବନ୍ଧକ ଅଛି. ପୁରୀ ରେ ଯଦି ରାଜ୍ୟ ସରକାର ବେନିୟମ ଜମି ଉପରେ ବିଜୁଳି ଦେବାକୁ ମନା କରିଛନ୍ତି ତେବେ ଏହି ଜାଗା ରେ ବିଜୁଳି ଖୁଣ୍ଟ କେମିତି ଯାଇଛି କିଏ ଅନୁମତି ଦେଲା, ରାସ୍ତା ନିର୍ମାଣ ପାଇଁ କିଏ ଅନୁମତି ଦେଲା, ସବୁଠୁ ବଡ଼ କଥା ହେଲା ସ୍ଥିତିବାନ ଜମି ଦର୍ଶେଇବେ ମାନେ ଜିଲ୍ଲା ପ୍ରଶାସନ ନହେଲେ ଜଙ୍ଗଲ ବିଭାଗ କିଏ ଅନୁମତି ଦେଇଥିବେ ନହେଲେ ଏତେ ସାହସ ହବ କେମିତି…ଏସବୁ ବିଷୟରେ ଆମ ଆଦମୀ ପାର୍ଟି ଜିଲ୍ଲା ବନଖଣ୍ଡ ଅଧିକାରୀ ଙ୍କ ଦ୍ୱାରସ୍ଥ ହେଇଥିଲେ ମଧ୍ୟ ମାସେ ହେବାକୁ ଯିବ ଏଯାଏ ଉତ୍ତର ମିଳୁନି. ଜିଲା ବନ ଅଧିକାରୀ ଚୁପ ହେଇ ବସିପଡିଛନ୍ତି ସତେକି ତାଙ୍କୁ କୋମା କରିଦିଆଯାଇଛି.
ଆପର ବିରୋଧ ଜାଣିବା ପରେ ସାଧାରଣ ଲୋକ ପଚାରୁଛନ୍ତି ଯେ ସେ ଜାଗା କଣ ହେବ, ଏତିକିବେଳେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରୀ ଙ୍କ ଆସିବା ଦିନ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଘୋଷଣା କରିଦେଲେ ଯେ କୋଣାର୍କ ପୁରୀ ରାସ୍ତା ୪ଲେନ ହେବ, ତେବେ ଏ ସମ୍ପର୍କରେ ବନ ବିଭାଗ ଅବଗତ ନାହିଁ ବୋଲି ଅଧିକାରୀ ଆପ କୁ ଜଣେଇଛନ୍ତି କିନ୍ତୁ ଏହା ଘୋଷଣା ହେବା ପରେ ଲୋକଙ୍କ ମନରେ ଉତ୍ସାହ ଯେ ଜାଗା ଟେ କିଣିବେ.. ତେଣୁ ଆପ କହୁଛି ଏହା ବୁଝି ବିଚାରି ଷଡଯନ୍ତ୍ର ନୁହେଁ ତ…
ତେଣୁ ଉପ ମୁଖ୍ୟମନ୍ତ୍ରୀ ଆଗ ସ୍ପଷ୍ଟ କରନ୍ତୁ ଯେ ବନ ବିଭାଗ କୁ ନ ଜଣେଇ ସେ ଘୋଷଣା କେମିତି କରୁଛନ୍ତି ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଙ୍କୁ ପ୍ରଶ୍ନ ଯେ କାହା ଅନୁମତି ରେ ସେଠି ବିଜୁଳି ଖୁଣ୍ଟି ପଡିଲା, ତହସିଲଦାର ଙ୍କୁ ପ୍ରଶ୍ନ ଯେ ଏଠି ନିର୍ମାଣ ପାଇଁ କିଏ ଅନୁମତି ଦେଲା ତୁରନ୍ତ ଜିଲ୍ଲା ପ୍ରଶାସନ ଏହି ବେନିୟମ ଜାଗା ଉପରେ ତୁରନ୍ତ ଏହି ବେନିୟମ ନିର୍ମାଣ କୁ ଭାଙ୍ଗି ଦିଆଯାଉ, ସେ ରାସ୍ତା ଗୁଡିକ ବନ୍ଦ କରି ଅଭୟାରଣ୍ୟ ରେ ମିଶେଇ ଦିଆଯାଉ,ଏହି ଦାବୀ ଗୁଡିକୁ ତୁରନ୍ତ କାର୍ଯ୍ୟ କାରି ହେଉ ବୋଲି ଜିଲ୍ଲା ସଭାପତି ସଂଜୀବ କୁମାର ମହାନ୍ତି କହିଛନ୍ତି ଆଜିର ପ୍ରେସ ବାର୍ତାରେ ନଗର ସଭାପତି ଦେବ ପ୍ରଧାନ, ମୁଖପାତ୍ର ଓ ଆପର ବରିଷ୍ଠ ନେତା ଅନିଲ ସେନାପତି, ଓ ଗୋପ ଅଞ୍ଚଳ ର ନେତା ରମାକାନ୍ତ ସ୍ୱାଇଁ ଉପସ୍ଥିତ ଥିଲେ ।