
ନବରଙ୍ଗପୁର (ବେଣୁ ଗୋପାଳ ରାଓ)ନବରଙ୍ଗପୁରରେ ସ୍ୱାମୀ ବିବେକାନନ୍ଦ ଙ୍କ ଜନ୍ମଦିନ ଅବସରରେ ଆଇ ଏସ ଆର ଡି ୱାନ ଷ୍ଟପ ସେଣ୍ଟର ତରଫରୁ ୟୁଥ ଫର ୱାଟର ପ୍ଲସ ପାଳନ କରାଯାଇଛି ନବରଙ୍ଗପୁର ର ପବ୍ଲିକ ସ୍କୁଲ ର ଛାତ୍ର ଛାତ୍ରୀ ଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା ଏହି ଅବସରରେ ଏକ ଅଭିଯାନ ହୋଇଥିଲା.
ଜଳ, ପରିମଳ, ଜଳବାୟୁ ଏବଂ ସ୍ୱଚ୍ଛତା ସମ୍ବନ୍ଧୀୟ ସଚେତନତା ତଥା କାର୍ଯ୍ୟ-ଆଧାରିତ କାର୍ଯ୍ୟକ୍ରମ ମାଧ୍ୟମରେ ଓଡିଶାରେ ଯୁବକମାନଙ୍କୁ ଜଡିତ କରିବାକୁ ଚେଷ୍ଟା ହେଲା ୟୁଥ ଫର ୱାଟର ପ୍ଲସ ର ମୂଳ ଉଦ୍ଦେଶ୍ୟ ଓ ଲକ୍ଷ୍ୟରେ 2019 ରେ ୟୁଥ୍ ୱାଟର୍ ପ୍ଲସ୍ ଅଭିଯାନ ଆରମ୍ଭ କରାଯାଇଥିଲା।
ଏହି ସୃଜନଶୀଳ ଅଭିଯାନ ପ୍ରତ୍ୟେକ ଯୁବକଙ୍କୁ ଜଳବାୟୁ ଏବଂ ୱାଶ୍ ଚେଞ୍ଜ୍ ମେକର୍ ସହିତ ଜଡିତ ଜଳବାୟୁ ଏବଂ ୱାଶ୍ ରାକ୍ଷୀ ତାଲିମ ମଡ୍ୟୁଲ୍, ଉଦ୍ୟୋଗୀ ସହାୟତା, ଅଭିନବ ଆହ୍ୱାନ ଏବଂ ଯୁବ-ପରିକଳ୍ପିତ ସଚେତନତା ଅଭିଯାନରେ ପରିଣତ କରେ ଉକ୍ତ କାର୍ଯ୍ୟକ୍ରମକୁ କିଶୋରୀ ପଟନାୟକ ଆଇନ ପରାମର୍ଶଦାତ୍ରୀ ୱାନ ଷ୍ଟପ ସେଣ୍ଟର ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଏବଂ ଉଦେଶ୍ୟ ଉପରେ କହିଥିଲେ
ମୁନିସିପାଲିଟି ସୁପରଭାଇଜର ଜସ୍ମିନ ନାଗ ଯୋଗ ଦେଇ ପରିବେଶ ସୁରକ୍ଷା କୁ ନେଇ କେଉଁ ସବୁ ପନ୍ଥା ଅବଲମ୍ବନ କରାଯିବା ଉଚିତ ତାହା ଉପରେ ଆଲୋଚନା କରିଥିଲେ. ରଂଜିତା ସାହୁ କେନ୍ଦ୍ର ପରିଚାଳିକା ସଖୀ ୱାନ ଷ୍ଟପ ସେଣ୍ଟର ଜଳବାୟୁ ପରିବର୍ତନ, ବୃକ୍ଷ ରୋପଣ ଏବଂ ଏହି ପରିପ୍ରେକ୍ଷୀରେ ପରବେଶରେ ପଶୁପକ୍ଷୀଙ୍କୁ ମଧ୍ୟ ଗୁରୁତ୍ୱ ଦିଆଯିବା ଦରକାର ବୋଲି କହିଥିଲେ ବିଦ୍ୟାଳୟର ପ୍ରିନସିପାଲ ସ୍ଵର୍ଣଳତା ପଟନାୟକ ପରିବେଶ ରେ ପରିବର୍ତନ ଆଣିବାରେ ଛାତ୍ରଛାତ୍ରୀ ଙ୍କ ଭୂମିକା ବିଷୟରେ ବିସ୍ତାର ରୂପରେ ଆଲୋଚନା କରିଥିଲେ ଉକ୍ତ କାର୍ଯ୍ୟକ୍ରମ ତ୍କୁ ସ୍ମରଣିକା ପଟ୍ଟନାୟକ ପରାମର୍ଶଦାତ୍ରୀ, ଜସ୍ମିନ ସିଂ କେସ ୱାର୍କର ଦାମିନୀ ବାଳା ନାୟକ ସ୍ୱାସ୍ଥ୍ୟ କର୍ମୀ ଏବଂ ବିଦ୍ୟାଳୟ ର ଷ୍ଟାଫ ସଂଯୋଜନା କରିଥିଲେ.