ଯାଜପୁର : (ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଦେଇ ପ୍ରବାହିତ ପୁଣ୍ୟାତୋୟା ବୈତରଣୀ ନଦୀ ର ଦସାଶ୍ୱମେଧ ଘାଟରେ ଗୀତା ଜାଗରଣ ପରିଷଦ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଛି । ପରିଷଦର ସଭାପତି ପ୍ରତିମା କରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ଉତ୍ସବକୁ ଯାଜପୁର ବିଧାୟୀକା ସୁଜାତା ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।
ଅନ୍ୟତମ ଅତିଥିଭାବେ ଯାଜପୁର ପୌରପାଳିକାର ଅଧ୍ୟକ୍ଷ ରଂଜୁଲତା ହୋତା, ମୁଖ୍ୟବକ୍ତା ଭାବେ ରାଷ୍ଟ୍ରପତି ପୁରଷ୍କାରପ୍ରାପ୍ତ ଶିକ୍ଷକ ପଣ୍ଡିତ ଭୂପତି ଭୂଷଣ ମିଶ୍ର, ବରିଷ୍ଠ ଶିକ୍ଷାବିତ ବୈକୁଣ୍ଠ ନାଥ ପତି ପ୍ରମୁଖ ଯୋଗଦେଇ ଅତୀତର ନୈବାଣିଜ୍ୟ ପରମ୍ପରା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଜିଲାସ୍ତରୀୟ ବୋଇତବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଅନ୍ୱେଷଣ ଥିଏଟର ଗ୍ରୁପ ପକ୍ଷରୁ ସାଧବ ପୁଅ ବହୁ ବେଶ ହୋଇ ବୈତରଣୀ ନଦୀକୂଳରେ ବୋଇତ ବନ୍ଦାପନା କରିଥିଲେ । ଏହି ବୋଇତ ବନ୍ଦାଣ ଉତ୍ସବକୁ ଦେଖିବା ପାଇଁ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିଲା । ଏହି ଅବସରରେ ବିଭିନ୍ନ ପ୍ରତିଭାବାନ ବ୍ୟକ୍ତିତ୍ଵ ଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଅନୁଷ୍ଠାନ ପକ୍ଷରୁ ପୂର୍ବରୁ ଅନୁଷ୍ଠିତ ଗୀତା ଆବୃତି ପ୍ରତିଯୋଗୀତା ଏବଂ ସୁନ୍ଦର ବୋଇତ ପ୍ରତିଯୋଗୀତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।