କାଶୀପୁର (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଆବାସ ରେ ଚତୁର୍ଥ ଶ୍ରେଣୀ ଅଧ୍ୟନରତ ଛାତ୍ର ଜଣଙ୍କର ଝୁଲନ୍ତା ଅବସ୍ଥାରେ ସ୍ଥାନୀୟ ପୋଲିସ ଓ ପ୍ରଶାସନ ର ଉପସ୍ଥିତି ରେ ପ୍ରାଥମିକତା ତଦନ୍ତ ପରେ ଶବ ଉଦ୍ଧାର କରାଯାଇଥିଲା । ହେଲେ ପାରିପାର୍ଶ୍ବିକ ସ୍ଥିତି କୁ ଦେଖି ପରିବାର ପକ୍ଷରୁ ପୁଅ ର ମୃତ୍ୟୁ ଏକ ଅସ୍ୱାଭାବିକ ହେଇପାରେ ବୋଲି ଅଭିଯୋଗ କରିଥିବାବେଳେ ଶୁକ୍ରବାର ଦିନତମାମ ଏହାର ନିଷ୍କର୍ଷ ହେଇପାରି ନ ଥିଲା । ପ୍ରଶାସନ ର ଅନେକ ଚେଷ୍ଟା ପରେ ଆଜି କୋରାପୁଟ ଲକ୍ଷ୍ମଣ ନାୟକ ମେଡ଼ିକାଲ ର କୌଣସି ଏକ ପ୍ରଫେସର ଦ୍ୱାରା ବ୍ୟବଚ୍ଛେଦ ନିମନ୍ତେ ଅଭିଭାବକ ରାଜି ହେବା ପରେ ଦିନ ପ୍ରାୟ ୧୧ ଟା ପରେ ଏକ ଆମ୍ବୁଲାନ୍ସ ଯୋଗେ ଛାତ୍ର ର ଶବ କୁ ବ୍ୟବଚ୍ଛେଦ ନିମନ୍ତେ କୋରାପୁଟ ଅଭିମୁଖେ ବାହାରିଥିବା ଜଣାପଡିଛି ।
ସେହିପରି ମୃତ ଛାତ୍ର ଙ୍କର ଅଭିଭାବକ ଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ଆଜି ରେଡ଼ କ୍ରୋସ ପାଣ୍ଠି ରୁ ୧୦୦୦୦ ରାଶି ପ୍ରଦାନ କରିଥିବା ଜଣାପଡ଼ିଛି ।

.

ପ୍ରକାଶ ଥାଉ କି ମୃତ ଛାତ୍ର ଜଣକ ଥିଲେ ଖୁରି ଗାଁ ନିବାସୀ କୁନା ଝୋଡ଼ିଆ ର ପୁଅ ଖଗେଶ୍ୱର । ସେ ଜଣେ ଆବାସିକ ଛାତ୍ର ଭାବେ ଚତୁର୍ଥ ଶ୍ରେଣୀ ଅଧ୍ୟନରତ ଥିଲେ । ଶୁକ୍ରବାର ଘଟଣା ଦିନ ସେ ବିଦ୍ୟାଳୟ ରେ ସକାଳରୁ ଅନୁପସ୍ଥିତ ଥିଲେ । ପରିବାର ଅଭିଯୋଗ ପ୍ରକାରେ ବିଦ୍ୟାଳୟ ଓ ଆବାସ ମଧ୍ୟରେ ମିନିଟିଏ ର ବାଟ କିନ୍ତୁ କର୍ମଚାରୀ ମୃତ ଛାତ୍ରଙ୍କର ବିଦ୍ୟାଳୟ ରେ ଅନୁପସ୍ଥିତି ସମ୍ପର୍କରେ ନିଜେ କିମ୍ବା କୌଣସି ଛାତ୍ର ଙ୍କୁ ବୁଝି ନ ଥିଲେ । ହେଲେ ଏଭଳି ସ୍ଥିତି ରେ ଜଣେ କୁନି ଛାତ୍ର କିଭଳି ବେକରେ ଗାମୁଛା ବାନ୍ଧି ମୃତ୍ୟୁବରଣ କରିବାକୁ ଚେଷ୍ଟା କରିଥିଲା କଥା ସନ୍ଦେହ ସୃଷ୍ଟି କରୁଥିବାବେଳେ ଦାଇତ୍ୱ ରେ ଥିବା କର୍ମଚାରୀ ଛାତ୍ର ଜଣକ ର ମୃତ୍ୟୁ ସମୟ କବାଟ ଭିତରେ ବନ୍ଦ କରିଥିବା ସ୍ୱୀକାର କରିଥିଲେ । ହେଲେ ଏଭଳି ଘଟଣା ରେ ଜଣେ କୁନି ଛାତ୍ର କ୍ଷେତ୍ରରେ ଅସମ୍ଭବ ଦେଖାଯାଉଥିବାବେଳେ ଫାଶୀ ହେଇଥିବା ଝୁଲନ୍ତା ମୃତ ଦେହ କୁ କେବଳ ଗୋଟିଏ ବାଟ ଥିବା ଆବାସ କୁ କବାଟ ନ ଭାଙ୍ଗି କିଭଳି ଝୁଲନ୍ତା ଶବ କୁ କାଡି ଅବିଭାବକ ଆଉ ପୋଲିସ ର ଅନୁପସ୍ଥିତି ରେ ଖଟ ଉପରେ ରଖିଥିଲେ । ହେଲେ ଛାତ୍ର ଜଣକ ନିଜ ଗୃହ ଠାରୁ ବିଦ୍ୟାଳୟ ରେ ପହଞ୍ଚି ୫ ଦିନ ରୁ ଉର୍ଦ୍ଧ ବିତି ଯାଇଥିଲେ ସୁଦ୍ଧା ତାର ମାନସିକତା ସ୍ଥିତି କେମିତି ଜାଣିପାରିଲେ ନାହିଁ ।

ଏଥିରୁ ସ୍ପଷ୍ଟ ପ୍ରମାଣିତ ଆବାସ ବିଦ୍ୟାଳୟ ର ଦାଇତ୍ୱ ରେ ଥିବା କର୍ମଚାରୀ କିମ୍ବା ପ୍ରଧାନ ଶିକ୍ଷୟିତ୍ରୀ ଅବସ୍ଥିତ ଛାତ୍ରଛାତ୍ରୀ ଙ୍କର ସହିତ ସେଭଳି କୌଣସି ସାମଞ୍ଜସ୍ୟ ରଖି ନ ଥିବା ଏଥିରେ ସ୍ପଷ୍ଟ ପ୍ରମାଣିତ ହୋଇଛି । ସେହିପରି ସମ୍ପୃକ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ପ୍ରତି ଶିକ୍ଷା ବିଭାଗ ର ଅନୁକମ୍ପା ଭଳି ୪୦ କିମି ବ୍ୟବଧାନ ରେ ଦୁଇ ଦୁଇ ଟା ବିଦ୍ୟାଳୟ ର ଦାଇତ୍ୱ ରୁହନ୍ତି । ସେ ପୁଣି ଜଣେ ମହିଳା ଶିକ୍ଷୟତ୍ରୀ ଙ୍କୁ । ଏଭଳି ଏକାଧିକ ଅଘଟଣ ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ ରେ ଛାତ୍ରଛାତ୍ରୀ ଙ୍କର ମୃତୁ ହେଉଥିବା ବେଳେ ଶିକ୍ଷା ବିଭାଗ ର ଦାଇତ୍ୱ ଯାହା ନିଦାବିଷ୍ଣୁ ସାଜିଥିବା ଦେଖିବାକୁ ମିଳୁଥିବାବେଳେ ସ୍ଥାନୀୟ ବୁଦ୍ଧିଜୀବୀ ଶିକ୍ଷାବିଭାଗ ଏଭଳି ଅନୁକମ୍ପା ନୀତି କୁ ଭର୍ସନା କରୁଥିବା ଦେଖିବାକୁ ମିଳିଛି । ଏଭଳି ପାରିପାର୍ଶ୍ବିକ ଆବେହେଳିତ ପରିସ୍ଥିତି କୁ ଦେଖି ପରିବାର ପକ୍ଷରୁ କାଶୀପୁର ଠାରେ ବ୍ୟବଚ୍ଛେଦ ରେ ସନ୍ଦେହ କରି କୋରାପୁଟ ମେଡ଼ିକାଲ କଲେଜ ର କୌଣସି ପ୍ରଫେସର ଙ୍କ ଦ୍ଵାରା ବ୍ୟବଚ୍ଛେଦ କରିଲେ ସତ୍ୟ ସତ୍ୟା ପଦାକୁ ଆସିବ ବୋଲି ଦାବି କରିଥିଲେ । ଅବିଭାବକ ଙ୍କ ଉକ୍ତ ଦାବି କୁ ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କର ଉପସ୍ଥିତିରେ ଆଜି ପରିବାର ର କିଛି ସଦସ୍ୟ ଓ କାଶୀପୁର ପୋଲିସ ଏକ ଆମ୍ବୁଲାନ୍ସ ଯୋଗେ କୋରାପୁଟ ବାହାରିଥିଲେ । ପୁଣି ବ୍ୟବଚ୍ଛେଦ ରିପୋର୍ଟ ପରେ ହିଁ ସତ୍ୟ ସତ୍ୟା ଜାଣପଡିବ ବୋଲି କାଶୀପୁର ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାଏକ ପ୍ରକାଶ କରିଥିଲେ ।