
ମୁନିଗୁଡ଼ା: (ରମାକାନ୍ତ ପଡାଲ୍) ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନର୍ଗତ ଚlଞ୍ଚରାଗୁଡା ନାୟରା ପେଟ୍ରୋଲ ପମ୍ପ କଡରେ ଥିବା ସରକାରୀ ଜମିରେ ନିର୍ମାଣ ହୋଇଥିବା ମୁକେଶ ଢ଼ାବା ବେଆଇନ ସରକାରୀ ଜମି ଜବର ଦଖଲ ରେ ଢ଼ାବା କରିଥିଲେ ମୁକେଶ ସାହୁକାର ଆଜି ଏହି ଢ଼ାବା କୁ ପ୍ରଶାସନ ପକ୍ଷରୁ ଭଙ୍ଗାଯାଇଛି l ବିଷମକଟକ ତହସିଲଦାର କେ. ଭେଙ୍କେଟେଶ୍ଵର ରେଡ୍ଡୀ ଓ ପୋଲିସ ଉପସ୍ଥିତ ରେ ବୁଲଡଜର ଲଗାଇ ଢ଼ାବାକୁ ସମ୍ପୂର୍ଣ୍ଣ ଭାଙ୍ଗିଦିଆଯାଇଛି l ସୂଚନା ଯୋଗ୍ୟ, ବହୁ ବର୍ଷ ଧରୀ ସରକାରୀ ଜାଗାରେ ଜବରଦଖଲ କରି ଢ଼ାବା ନିର୍ମାଣ କରାଯାଇଥିଲା l ଢ଼ାବା ଉଛେଦ ପାଇଁ ବିଷମକଟକ ଜନସାଧାରଣ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ବିଷମକଟକ ତହସିଲଦାର ରେଡ୍ଡୀ ଘଟଣାର ତଦନ୍ତ କରିବା ସହ ସରକାରୀ ଜାଗାରେ ଢ଼ାବା ନିର୍ମାଣ ହୋଇଥିବାରୁ ଜାଗା ଖାଲି କରିବା ପାଇଁ ଢ଼ାବା ମାଲିକ ମୁକେଶ ସାହୁକାର ଙ୍କୁ ନିର୍ଦେଶ ଦେଇଥିଲେ l
ହେଲେ ଢ଼ାବା ମାଲିକ କୌଣସି ଗୁରୁତ୍ୱ ନ ଦେବାରୁ ପୋଲିସ ଓ ତହସିଲଦାର ଙ୍କ ଉପସ୍ଥିତ ରେ ଢ଼ାବା ଭଙ୍ଗାଯାଇ ଥିବା ତହସିଲଦାର ରେଡ୍ଡୀ ସୂଚନା ଦେଇଥିବା ପରେ ମୁକେଶ ସାହୁକାର ବିଷମକଟକ ବ୍ଲକ ଠାରେ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଙ୍କୁ ନିଜର ଦୁଃଖ ଜଣାଇ କହିଲେ ମୁ ଜଣେ ଗରିବ ନିରୀହ ମୁ ବହୁ କଷ୍ଟରେ ମୋର ପିଲା କୁଟୁମ୍ବ ର ପେଟ ପଶୁଥିଲି ମୋର ଭାଙ୍ଗିଲେ ମୋ ଭଳି ବିଷମକଟକ ରେ ଅନେକ ପ୍ରଭାବ ଶାଳୀ ସାରକରଙ୍କ ଜାଗା ଦଖଲ କରି ବଡ଼ ବଡ଼ ଅଟାଳିକା ବାନ୍ଧି ଭଡା ଖାଉଛନ୍ତି l ତସିଲଦାର ସବୁ ରେକଡ଼ ଜାଣି ଛନ୍ତି କିନ୍ତୁ ସେମାନଙ୍କର କେବେ ଭାଙ୍ଗିବେ ବୋଲି କହିବାରୁ ଜିଲାପାଳ ସମସ୍ତ ସରକାରୀ ଜାଗାରେ ବେ ଆଇନରେ ବାନ୍ଧିଥିବା ବଡ ବଡ ଅଟାଳିକା କୁ ମଧ୍ୟ ଭଙ୍ଗାଯିବ ବୋଲି କହିଥିଲେ l ହେଲେ କେବେ ବଡ ବଡିଆ ଙ୍କ ନମ୍ବର ଆସିବ ବେଆଇନ ଜବର ଦଖଲ କାରିଙ୍କ ପ୍ରଶାସନ କେବେ ଭାଙ୍ଗିବେ ତାହା ଦେଖିବାକୁ ବାକି ରହିଲା । ବିଷମକଟକ ସହରରେ ଏହି ପ୍ରସଙ୍ଗ କୁ ନେଇ ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ଜୋର ଧରିଛି।