କେସିଙ୍ଗା : ( ପ୍ରୀତେଶ ପଟେଲ) ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କେସିଙ୍ଗା ରେ୨୦୨୨-୨୩ ଏବଂ ୨୦୨୩-୨୪ ପାଇଁ କାୟାକଳ୍ପ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇ ଅଛି। ଏହି ସଭା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଅଧ୍ୟକ୍ଷା ଡ ପ୍ରୟାଗ ପ୍ରତିଶ୍ରୁତି ମାଝୀ ଙ୍କ ଅଧ୍ୟକ୍ଷତା ରେ ବିଧାୟକ ପ୍ରତିନିଧି ଧିରଜ୍ କୁମାର ଅଗ୍ରୱାଲ, ବରିଷ୍ଠ ସାମ୍ବାଦିକ ସୁଶାନ୍ତ ମହାପାତ୍ର, ବିଧାୟକ ପ୍ରତିନିଧି ଗିରିଧାରୀ ଅଗ୍ରୱାଲ ଅତିଥି ଭାବରେ ଯୋଗ ଦେଇ କର୍ମଚାରୀଙ୍କ ଉତ୍ସାହ ବର୍ଦ୍ଧନ କରି ଥିଲେ।

ଏତଦ୍ ବ୍ୟତୀତ ସ୍ବାସ୍ଥ୍ୟ କେନ୍ଦ୍ରର ଶିଶୁ ଡାକ୍ତର ଡ ଲଳିତ ଅଗ୍ରୱାଲ, ଦନ୍ତ ଚିକିତ୍ସକ ଡ ଆଶିଷ ଶତପଥୀ, ଏଲ୍ ଟି ଆର୍ ଏମ ଓ ଡ ଆକାଶ ସାହୁ, ଡ ମଙ୍ଗଳ ହାଁସଦା, ଡ ରବୀନ୍ଦ୍ର ନାଥ ଖଟୁଆ ମଞ୍ଚାସିନ ଥିଲେ। ଜ୍ଞାନେନ୍ଦ୍ର ଭୋଇ ମଞ୍ଚ ପରିଚାଳନା କରି ଥିଲେ। ସମସ୍ତ କର୍ମଚାରୀ ଙ୍କ ସମ୍ବର୍ଦ୍ଧନା ପରେ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର କେସିଙ୍ଗା ର ଦିବଂଗତ ସୁରକ୍ଷା କର୍ମୀ ଶ୍ରୀ ତୁଳସୀ ଜାଲ୍ ଙ୍କୁ ମରୋନତ୍ତର ସମ୍ମାନ ଦିଆଯାଇଥିଲା। ତାଙ୍କ ସ୍ତ୍ରୀ ଏହି ସମ୍ମାନ ଗ୍ରହଣ କରି ଥିଲେ।