କେସିଙ୍ଗା : (ପ୍ରୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା ର ଦ୍ଵାର ଦେଶ କେସିଙ୍ଗା ସହର ।ରେଳ ସେବା ,ବିମାନ ସେବା ,ସ୍ବାସ୍ଥ୍ୟ ସେବା,ଶିକ୍ଷା ,ବାଣିଜ୍ୟ ଜିଲ୍ଲା ରେ ସବୁଥିରେ ଆଗରେ କେସିଙ୍ଗା ସହର ।କେସିଙ୍ଗା ଏନ୍ ଏ ସି ଓ ବ୍ଲକ ର ୨୬ ଟି ପଞ୍ଚାୟତ କୁ ନେଇ ଗଠିତ ହୋଇଛି କେସିଙ୍ଗା ସହର । ପ୍ରସିଦ୍ଧ ଶୈବପୀଠ ବେଲଖଣ୍ଡି ରୁ ଆରମ୍ଭ ହୋଇ ବ୍ଲକ ମୁଖ୍ୟ କାର୍ଯ୍ୟାଳୟ ସହିତ ଯୋଡ଼ି ହୋଇଛି ।ଅନ୍ୟ ପଟେ ଜିଲ୍ଲା ର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଭାବେ ପରିଗଣିତ ହେଉଥିବା ମା ଯୋଗମାୟା ପୀଠ ଗୁର୍ଜିମୁଣ୍ଡା ର କୁଣ୍ଡାବନ୍ଧ୍ ପଞ୍ଚାୟତ ରହିଛି ।
ଆଉ ଏକ ପାର୍ଶ୍ବରେ ଜାତୀୟ ରାଜପଥ ଏହି ବ୍ଲକ ର ମଧ୍ୟ ଭାଗ ଦେଇ ଗତି କରୁଛି।ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗମନାଗମନ ପାଇଁ ଭଲ ରାସ୍ତା ଟେ ପାଇପାରିଲେ ନାହିଁ ବ୍ଲକ ର ଅଧିକାଂଶ ଗାଁ। ପ୍ରତ୍ୟେକ ଦିନ ବିଭିନ୍ନ କାର୍ଯ୍ୟ ପାଇଁ ବ୍ଲକ ମୁଖ୍ୟ କାର୍ଯ୍ୟାଳୟ ତଥା କେସିଙ୍ଗା ସହର କୁ ବିଭିନ୍ନ ଗାଁ ର ଲୋକେ ଯାତାୟତ କରିଥାନ୍ତି ।କିନ୍ତୁ ଏହି ଯାତାୟତ ରେ ମୁଖ୍ୟ ବାଧକ ସଜିଥାଏ ରାସ୍ତା ।ବ୍ଲକ ର ବିଭିନ୍ନ ଗାଁକୁ ଏବେ ବି ଭଲ ରାସ୍ତା ଟେ ନାହିଁ ।ଗତ ବି ଜେ ଡି ସରକାର ରାଜ୍ୟ ରେ ଦୀର୍ଘ ୨୫ ବର୍ଷ ଶାସନ କରିଥିବା ସତ୍ବେ ଭଲ ରାସ୍ତା ଟେ ତିଆରି କରି ନ ପାରିବା ଅତ୍ୟନ୍ତ ନିରାଶ ଜନକ ।ବ୍ଲକ ର ଯୋଲୋକୋ ଠୁ କାଣ୍ଡେଲ ରାସ୍ତା ଦୀର୍ଘ ଦିନରୁ ନିର୍ମାଣ ଧୀନ ରହିଛି ।ଏହି ରାସ୍ତା ର ଲଇତରା ନିକଟରେ ଏକ ପୋଲ କାମ ଦୀର୍ଘ ଦିନରୁ ପଡ଼ି ରହିଛି ।
ବର୍ଷା ରେ ଡ଼ାଇଭର୍ଶନ ର ଅବସ୍ଥା ଶୋଚନୀୟ ହୋଇଥିବା ବେଳେ କେବେ ସରିବ ଏହି କାମ ତାହାକୁ ଚାହିଁ ବସିଛନ୍ତି ଲୋକେ । କାଣ୍ଡେଲ ଠାରୁ କର୍ଲାଖୁଟା ରାସ୍ତା ମଧ୍ୟ ଶୋଚନୀୟ ହୋଇପଡିଛି ।ଏହି ୩ କିଲୋମିଟର ରାସ୍ତା ରେ ୩୦୦ ଖାଲ ଥିବା ଭଳି ମନେ ହୁଏ । ନୁନ୍ ମାଠ ପଞ୍ଚାୟତ ର ବିଜା ଖମନ୍ ଗାଁ କୁ ରାସ୍ତା ଟେ ନାହିଁ ।ଯେଉଁ ରାସ୍ତା ଟେ ଅଛି ତାହା ବର୍ଷା ଦିନ ଅଚଳ ସଦୃଶ୍ୟ ହୋଇ ପଡ଼ୁଛି । ତହସିଲ କାର୍ଯ୍ୟାଳୟ ନିକଟରୁ ଡୁମେର ମୁଣ୍ଡା ପର୍ଯ୍ୟନ୍ତ ରାସ୍ତା ଦୀର୍ଘ ଦିନରୁ ନିର୍ମାଣ ଧୀନ ରହିଥିଲେ ମଧ୍ୟ ସମ୍ପୂର୍ଣ୍ଣ ହୋଇନପାରିବା ଯାତ୍ରୀଙ୍କ ଦୁଃଖ ବଢ଼ାଇଛି ।ସେହିପରି ଡୁମେର ମୁଣ୍ଡା ଠାରୁ କର୍ଲା ଭାଡ଼ି ରାସ୍ତା ମଧ୍ୟ କାଦୁଅ ପଚ୍ ପଚ୍ ହୋଇପଡ଼ିରହିଥିଲେ ମଧ୍ୟ ପ୍ରଶାସନ ଦେଖଣା ହାରି ଭଳି ଚାହିଁ ରହିଛି ।ଭଅଁର ମାଳ ଗାଁ ମଝି ରାସ୍ତା ରେ ଆଣ୍ଠୁଏ ପାଣି ଜମା ହେଉଥିଲେ ମଧ୍ୟ କାହାରିକୁ ଦେଖାଯାଉନାହିଁ ।
ଭଅଁର ମାଲ୍ ଠାରୁ ପରେଲ ସିଙ୍ଗା କୁ ସଂଯୋଗ କରୁଥିବା ରାସ୍ତା ବେହାଳ ହୋଇପଡିଛି ।ବୋରିଆ ରୁ ପଥର୍ଲା କୁ ସଂଯୋଗ କରୁଥିବା ଉରୁ ବ୍ରିଜ ର କାମ ଦୀର୍ଘ ଦିନ ହେଲା ଚାଲୁରହିଛି । ବ୍ରିଜ ନିର୍ମାଣ ଶେଷ ହୋଇଥିଲେ ମଧ୍ୟ ରାସ୍ତା ସମ୍ପୂର୍ଣ ହୋଇପାରିନାହିଁ ।ସେହିଭଳି କିକୀଆ ରୁ ଗୁର୍ଯିମୁଣ୍ଡା କୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି । ଗୁର୍ଜିମୁଣ୍ଡା ଜିଲ୍ଲା ର ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ରୂପେ ବିବେଚିତ ହୋଇଥାଏ ।
ଏଠାକୁ ଯିବା ଆସିବା କରିବା ପାଇଁ ଭଲ ରାସ୍ତା ଟେ ନାହିଁ ।ଏହି ଭଳି ଭାବେ ସହର ନିକଟସ୍ଥ ଆଦର୍ଶ ବିଦ୍ୟାଳୟ କୁ ଭଲ ରାସ୍ତା ଟେ ନ ଥିବାରୁ ଛାତ୍ର ଛାତ୍ରୀ ମାନେ କାଦୁଅ ଭିତରେ ପଶି ବିଦ୍ୟାଳୟ କୁ ଯାତାୟତ କରୁଛନ୍ତି ।ବାରମ୍ବାର ଏ ନେଇ ଖବର ପ୍ରସାରଣ ହେଉଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁନାହିଁ ।ବର୍ତ୍ତମାନ ୨୦୨୪ ନିର୍ବାଚନ ପରେ ରାଜ୍ୟ ର ଦୀର୍ଘ ଦିନ ଶାସନ ରେ ବସିଥିବା ବିଜେଡ଼ି ସରକାର ର ପରିବର୍ତ୍ତନ ହୋଇଛି । ନୂଆ ସରକାର ଆସିବା ପରେ ରାସ୍ତା ଗୁଡ଼ିକର ଅବସ୍ଥା ରେ ପରିବର୍ତ୍ତନ ହେବ ବୋଲି ଲୋକେ ଆଶା ବାନ୍ଧି ବସିଛନ୍ତି ।ନୂଆ ସରକାର ଲୋକଙ୍କୁ ମୌଳିକ ସୁବିଧା ଯୋଗାଇଦେବାରେ ସଫଳ ହେଉଛି ନା ନାହିଁ ତାହା ଦେଖିବାକୁ ବାକି ରହିଲା ।