ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ ) ଛିଡ଼ା ହୋଇଥିବା ଯାତ୍ରୀବାହୀ ବସକୁ ପିଟିଲା ଟ୍ରକ । ଟ୍ରକ ଚାଳକ ଆହତ ଅଳ୍ପକେ ବର୍ତିଲେ ୩୦ ଯାତ୍ରୀ । ସରକାରୀ ବସଟି ବ୍ରହ୍ମପୁରରୁ ଝାରସୁଗୁଡା ଯାଉଥିଲା । ପୁରୁଣାକଟକ ଡିଗ୍ରୀ କଲେଜ ସମ୍ମୁଖରେ ଦୁର୍ଘଟଣା । ସୂଚନା ଅନୁଯାୟୀ ବ୍ରହ୍ମପୁର ରୁ ଝାରସୁଗୁଡ଼ା ଯାଉଥିବା ସରକାରୀ ବସ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଭୈରବୀ ଡିଗ୍ରୀ କଲେଜ ସମ୍ମୁଖରେ ପରିଶ୍ରା କରିବା ପାଇଁ ଅଟକି ଥିଲା ।

ତେବେ ପଛପଟୁ ରୁ ଦ୍ରୁତ ଗତିରେ ଆସି ଏକ ଟ୍ରକ ବସ କୁ ଧକ୍କା ଦେଇଥିଲା । ଫଳରେ ୩ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ଟ୍ରକ ଚାଳକ ମଧ୍ୟ ଆହତ ହୋଇଥିଲା । ଚାରିଛକ ଦମକଳ ବହିନୀ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲା। ଘଟଣା ସ୍ଥଳରେ ପୋଲିସ ପହଂଚି ଟ୍ରକ ଚାଳକକୁ ଅଟକ ରଖିବା ସହ ଯାତ୍ରୀ ମାନଙ୍କୁ ଗନ୍ତବ୍ୟ ସ୍ଥଳକୁ ପଠାଇଥିଲା