ବୌଦ୍ଧ -( ଚିତ୍ତରଞ୍ଜନ ସିଂହ )ମନମୁଣ୍ଡା ପୋଲିସକୁ ମିଳିଲା ବଡ ସଫଳତା l ପୋଲିସ ହାତରେ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ l ମନମୁଣ୍ଡା ଥାନା ଯୋଡସିଂ ଗାଁରେ ବିପୁଳ ପରିମାଣର ଗଞ୍ଜେଇ ଚଲାଣ ହେବାକୁ ଥିବାନେଇ ସୂଚନା ପାଇ ବୌଦ୍ଧ ଏସପିଙ୍କ ନିର୍ଦ୍ଦେଶରେ ଏସ୍ଡିପିଓ କୂଳଦୀପ ମୀନାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ ଟିମ ସେହି ଅଞ୍ଜଚଳରେ ଚଢ଼ାଉ କରିଥିଲା l ଫଳରେ ସେହି ଅଞ୍ଚଳରୁ ୧ ଏକ ୧୦  କେଜି ଗଞ୍ଜେଇ ଜବତ କରିବାକୁ ସମର୍ଥ ହୋଇଥିଲାପୋଲିସ l

ଏହି ଘଟଣାରେ ପୋଲିସ କାହାକୁ ଗିରଫ କରିନଥିବଵଳେ ଜବତ ଗଞ୍ଜେଇର ମୂଲ୍ୟ ୩୦  ଲକ୍ଷ ୩୦  ହଜାର ଟଙ୍କା ହେଵବୋଲି ପୋଲିସ ସୂଚନା ଦେଇଛି l ଗଞ୍ଜେଇ ଚାଷ ହେଉଥିବା ଏସବୁ ଅଞ୍ଚଳରେ ମାଓ ଗତିବିଧି ରହିଥିବାବେଳେ ମାଓବାଦୀଙ୍କ ସହଯୋଗରେ ଗଞ୍ଜେଇ ଚାଷ ହେଉଥିବା ଏସପି ସୂଚନା ଦେବାସହ ମାଓବାଦୀଙ୍କୁ ସହଯୋଗ ନକରିବାକୁ ଏସପି ଅନୁରୋଧ କରିଛନ୍ତି l

ସେହିଭଳି ବୌଦ୍ଧ ପୋଲିସ ପକ୍ଷରୁ ମଧ୍ୟ ଅନୁରୂପ ଭାବେ ୨୦୦  କେଜି ଗଞ୍ଜେଇ ଜବତ ଜରାଯିବା ସହ ଗୋଟିଏ ବିଲେରୋ ଗାଡି ଜବତ ଏବଂ ଦୁଇଜଣଙ୍କୁ ଗିରଫ ଜରାଯାଇଥିବା ଏବଂ ଚଳିତ ବର୍ଷ ମନମୁଣ୍ଡା ଥାନା ପକ୍ଷରୁ ୨୫୦୦  କେଜି, ବୌଦ୍ଧ ଥାନା ପକ୍ଷରୁ ୪୮୦୦  କେଜି ଗଞ୍ଜେଇ ଜବତ କରାଯିବ ସହ ଏନେଇ ଏପର୍ଯ୍ୟନ୍ତ ୧୫  ଜଣଙ୍କୁ ଗିରଫ କରାଯାଇଥିବା ଏସପି କହିଛନ୍ତି l ଆଜି ଏନେଇ ମନମୁଣ୍ଡା ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ବୌଦ୍ଧ ଏସପି ରାଜ ପ୍ରସାଦ ସୂଚନା ଦେଇଛନ୍ତି l