ବୌଦ୍ଧ -( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ର ସାଧାରଣ ସମ୍ପାଦକ ସୁଧାଂଶୁ ଡାଙ୍ଗ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏବଂ ଗୁନ୍ଦୁଳିଆ ପଞ୍ଚାୟତ କମିଟି ର ସହଯୋଗ କ୍ରମେ କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀ ଏରେଡା ( ବଦାଙ୍ଗି ) ଗ୍ରାମର ଶ୍ୟାମ ବେହେରା ଙ୍କ ସକୁଟୁମ୍ବ ହିନ୍ଦୁ ଧର୍ମ କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

ସେମାନେ ପ୍ରାୟ ୧୫ ବର୍ଷ ହେବ ଧର୍ମାନ୍ତୀକରଣ ହୋଇ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ । ଶ୍ୟାମ ବେହେରା ଙ୍କ ସହିତ ତାଙ୍କ ପରିବାର ର ଛଅ ପ୍ରାଣୀ କୁଟୁମ୍ବ ନିଜର ହିନ୍ଦୁ ଧର୍ମ ର ” ସ୍ଵଧର୍ମେ ନିଧନମ ଶ୍ରେୟଃ , ପରଧର୍ମ ଭୟା ବହଃ ” ନୀତିରେ ଅନୁପ୍ରାଣୀତ ହୋଇ ନିଜ ଧର୍ମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

ଏହି ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସଂଗଠନର ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ପ୍ରଜାପତି ଭବସାଗର , ରମେଶ ମହାନନ୍ଦିଆ , ଜୟରାମ ହରିପାଲ , ଗୁନ୍ଦୁଳିଆ ପଞ୍ଚାୟତ ସଭାପତି ଦଣ୍ଡପାଣି ଭବସାଗର, ଉପ ସଭାପତି ରମେଶ ସୁନା , ସମ୍ପାଦକ ସନ୍ତୋଷ ବେହେରା , କୋଷାଧ୍ୟକ୍ଷ ପ୍ରତିମନ ସୁନା , ଯୁବ ସମାଜସେବୀ ବରୁଣ ବଣ୍ଡକୀ ପ୍ରମୁଖ ସହଯୋଗ କରିଥିଲେ ।