କାଶୀପୁର: ( ଅଞ୍ଜନ କୁମାର ନାଏକରାୟଗଡା)ବା ଜଣାପଡିଛି । ଘଟଣା ରେ ମୃତ ବ୍ୟକ୍ତି ଜଣକ ହେଲେ ନିକଟ କାକିଡି ପଦର ଗ୍ରାମର ସ୍ବଧର ଗୌଡ଼ ଙ୍କ ପୁଅ ବିଦ୍ୟାଧର ଗୌଡ଼ (୨୮) ବୋଲି ଜଣାପଡିଛି।ସୂଚନା ପ୍ରକାରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୫ ଟା ସମୟ ରେ ବିଦ୍ୟାଧର ଗୌଡ଼ ମାଇକୋଞ୍ଚ ଠାରୁ ନିଜ ଘର କାକାଡି ପଦର ଅଭିମୁଖେ ଚାଲିଚାଲି ଆସୁଥିଲେ । ବିପରୀତ ଦିଗରୁ ମାଇକୋଞ୍ଚ ଗ୍ରାମର ଏକ ଦମ୍ପତି ବାଇକ ଯୋଗେ ନିଜ ଗାଁ କୁ ଫେରୁଥିଲେ କୌଣସି କାରଣରୁ ବାଇକ ଓ ବିଦ୍ୟା ଗୌଡ଼ ମଧ୍ୟରେ କାକିଡି ପଦର ମଶାଣି ନିକଟରେ ମୁହାଁମୁହିଁ ଧକା ହେଇଯାଇ ଥିଲା ।

ଫଳରେ ମୃତ ବ୍ୟକ୍ତିଙ୍କ ମୁଣ୍ଡ ମୁହଁ ଏପରିକି ଛାତି ରେ ଶକ୍ତ ଧୋକା ହେବା ଓ ମାତ୍ରାଧିକ ରକ୍ତସ୍ରାବ ହେତୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହେଇଯାଇଥିଲା । ଘଟଣା ର କ୍ଷତିପୂରଣ ଦାବି ନେଇ ପରିବାର ଓ ସମ୍ପର୍କୀୟ ଲୋକେ ଆଜି ଦିନ ଦ୍ବୀପହର ପର୍ଯ୍ୟନ୍ତ କାଶୀପୁର ଓ ଡଙ୍ଗାସିଲ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ

ମୃତ ବ୍ୟକ୍ତି ଙ୍କର ଦାଦା ବଂଶୀଧର ଗୌଡ଼ ଆଜି ଅଣ୍ଡରାକୋଞ୍ଚ ଥାନା ରେ ଉକ୍ତ ଘଟଣା ସମ୍ପର୍କରେ ଏକ ଲିଖିତ ଅଭିଯୋଗ ଦେବା ପରେ ଦିନ ଦ୍ବୀପହରରେ କାଶୀପୁର ତହସିଲଦାର ସୁନୀଲ ପ୍ରଧାନ ସମେତ ଅଣ୍ଡରା କୋଞ୍ଚ ଥାନା/ଦୋରଗୁଡା ଥାନା ଓ କାଶୀପୁର ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ରେଡ଼କ୍ରସ ସହାୟତା ରାଶି ପ୍ରଦାନ କରିଥିଲେ । ପରବର୍ତ୍ତୀ ସମୟରେ ସ୍ଥିତି ନିୟନ୍ତ୍ରଣ ହେଇ ମୃତଦେହ କୁ ବ୍ୟବଛେଦ ନିମନ୍ତେ କାଶୀପୁର ପଠା ଯାଇଥିବା ଦେଖିବାକୁ ମିଳିଥିଲଙ୍କ ରିପୋର୍ଟ ଏଇ ଓଡିଶା।