ହରଭଙ୍ଗା(ଚିତ୍ତରଞ୍ଜନସିଂ) ସରକାର ସର୍ବଦା ଗ୍ରାମଞ୍ଚଳ ର ବିକାଶ ଅନୁସୂଚିତ ଜାତି ଜନଜାତି ଛାତ୍ର ଛାତ୍ରୀଙ୍କୁ ପ୍ରାଧ୍ୟାନ୍ୟ ଦେଇ ଆସୁଥିବା ବେଳେ ଶିକ୍ଷlକ୍ଷେତ୍ର ରେ ଅଧିକ ଗୁରୁତ୍ୱ ଦେଇ ଆସୁଛନ୍ତି l କିନ୍ତୁ ଗ୍ରାମାଞ୍ଚଳ ର ଅନୁସୂଚିତ ଛାତ୍ରୀ ମାନେ କିପରି ସହଜ ଓ ସୁବିଧା ରେ ଉକ୍ତ ଛାତ୍ରୀ ନିବାସ ରେ ରହି ଅଧ୍ୟୟନ କରିପାରିବେ ସେନେଇ ଗୁରୁବାର ଦିନ ହରଭଙ୍ଗା ବ୍ଲକ ଲୁଣିବାହାଲ ପଞ୍ଚlୟତ ପ୍ଲଲିବିକାଶ ଉଚ୍ଚ ବିଦ୍ୟାଳୟ ଠାରେ 100 ଶଯ୍ୟା ବିଶିଷ୍ଟ ଅନୁସୂଚିତ ଜାତି ଛାତ୍ରୀ ନିବାସ ଉଦଘାଟିତ ହୋଇ ଯାଇଛି l

ଏହା ଆଭାସୀ ମାଧ୍ୟମରେ ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଡକ୍ଟର ବିରେନ୍ଦ୍ର କୁମାର୍ ଉଦଘାଟନ କରିଥିଲେ | ଲୁଣିବାହାଲ ପଲ୍ଲୀ ବିକାଶ ହାଇସ୍କୁଲ ପରିସରରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ବୌଦ୍ଧ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରବି ନାରlୟଣ ତ୍ରିପାଠୀ, ହରଭଙ୍ଗା ବ୍ଲକ୍ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନ, ଉପାଧ୍ୟକ୍ଷ ସରୋଜ ପ୍ରଧାନ, ହରଭଙ୍ଗା ବିଡିଓ ସ୍ବପ୍ନିତା ନାଏକ, ଜିଲ୍ଲା କଲ୍ୟାଣ ଅଧିକାରୀ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ତଥା ସ୍ଥାନୀୟ ଜନ ସାଧାରଣ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ମଧ୍ୟ ଉକ୍ତ ପଞ୍ଚାୟତ ଅନୁସୂଚିତ ଜାତି ଛାତ୍ରୀ ନିବାସ ରେ ରହି ପାଠ ପଢିବେ କିନ୍ତୁ ସ୍ଥାନୀୟ ସରପଞ୍ଚ ଏହା ଉପରେ ଅଂଜ୍ଞ ରହିବା ସହ ଏହି ଶୁଭ ଉଦ୍ଘାଟନି କାର୍ଯ୍ୟକ୍ରମ ରେ ସରପଞ୍ଚ ଙ୍କୁ ନିମନ୍ତ୍ରଣ ରହିନଥିବା କେତେଦୂର ଠିକ ତାହା ପ୍ରଶାସନ ବା ବିଭାଗୀୟ କତୃପକ୍ଷ ର ଦାୟିତ୍ୱ ପୁର୍ଣ କାର୍ଯ୍ୟ ପ୍ରତି ଏକ ପ୍ରଶ୍ନ ଉଠୁଛି l

ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ସ୍ଥାନୀୟ ସରପଞ୍ଚ ଙ୍କୁ ଡକାନଯିବା ରୁ ସ୍ଥାନୀୟ ସରପଞ୍ଚ ଚନ୍ଦ୍ରମା ପ୍ରଧାନ କ୍ଷୋଭ ପ୍ରକାଶ କରିଥିବା ବେଳେ ଘଟଣା ସମ୍ପର୍କ ରେ ବିଡ଼ିଓ ଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ବପର ନଥିବାରୁ ତାଙ୍କ ର ପ୍ରତିକ୍ରିୟା ମିଳିପାରିନାହିଁ l