ତୁରେକେଲା ବ୍ୟୁରୋ: (ନରେନ୍ଦ୍ର ନେଗୀ)ବନବାସୀଙ୍କ ପ୍ରିୟ ଖାଦ୍ୟ ମାଣ୍ଡିଆକୁ ଏବେ ଆଧୁନିକ ଯୁଗର ଲୋକେ ଆଦରି ନେଲେଣି । ତେବେ ମିଶନ ଶକ୍ତି ସହ ମିଲେଟ ମିଶନକୁ ଯୋଡ଼ି ସରକାର ସ୍ୱତନ୍ତ୍ର ଭାବେ ମିଲେଟ୍ ଶକ୍ତି ଗଠନ କରିଛନ୍ତି । ଏହି ମିଲେଟ୍ ଶକ୍ତି ଅଧିନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ପୋଷଣ କାର୍ଯ୍ୟକ୍ରମର ଦାୟିତ୍ୱ ମିଳିଛି ।ବଲାଙ୍ଗୀର ଜିଲ୍ଲା ର ଉପାନ୍ତ ଦାଦନ ପ୍ରବଣ ତୁରେକେଲା ବ୍ଲକ ରେ ଏବେ ଏସଏଚଜି ଗ୍ରୁପ ମହିଳା ମାନେ ନିଜେ କାମ ଧନ୍ଦା ଆରମ୍ଭ କରି ଭଲ ଦୁଇ ପଇସା ରୋଜଗାର କରୁଛନ୍ତି।

ତୁରେକେଲା ରେ ମିଲେଟ ମିଶନ ଟିଫିନ ସେଣ୍ଟର ଖୋଲିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଁ ବା ପରେ ତୁରେକେଲା ବ୍ଲକ ଲର୍କି ଗାଁ ର ଶିବାନୀ ସ୍ବୟଂ ସହାୟକ ଗୋଷ୍ଠୀ ମହିଳା ମାନେ ଆବେଦନ କରିଥିବା ବେଳେ ସେମାନେ ଚୟନ ହୋଇଥିଲେ। ଶୁକ୍ରବାର ତୁରେକେଲା ପଞ୍ଚାୟତ କାର୍ଯ୍ଯାଳୟ ସମୁଖୀନ ରେ ମିଲେଟ ମିଶନ ଟିଫିନ୍ ସେଣ୍ଟର ଶୁଭାରମ୍ଭ କରିଛନ୍ତି। ଏହି ଟିଫିନ ଷ୍ଟଲରେ ମାଣ୍ଡିଆରେ ପ୍ରସ୍ତୁତ ବିରେଟ ପକୋଡା, ଆଳୁ ଚପ, ପିଆଜୀ, ଖିରି,ମୀଠା ପୁରୀ, ଚକୁଳୀ, କାକରା ପିଠା, ସହ ଅନେକ ମାଣ୍ଡିଆ ତିଆରୀ ଖାଦ୍ଯ ମିଳୁଛି। ଯାହାକୁ ନେଇ ବେଶ ଉତ୍ସାହିତ ଅଛନ୍ତି ଗ୍ରାହକ। ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏହି ସବୁ ଜିନିଷ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି । ମାଣ୍ଡିଆ ଟିଫିନ ସେଣ୍ଟର କରିବା ପାଇଁ ସରକାରଙ୍କ ପକ୍ଷରୁ ୫୦ ହଜାର ଟଙ୍କାର ସହାୟତା ମିଳିଛି ।

ଜିନିଷର ଚାହିଦା ଅଧିକ ରହିଥିବାରୁ ଭଲ ବ୍ୟବସାୟ ହେବ ବୋଲି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଆଶା ରଖିଛନ୍ତି। ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ କୃଷି ଅଧିକାରୀ ଭକ୍ତ ଚରଣ ଛତ୍ରିଆ, ମେଡିକାଲ ଅଫିସର ଡାକ୍ତର ସ୍ବାଗତ ଖମାରୀ, ଏଏସଆଇ ଲଚିନ୍ଦ୍ର ଚାଳନା, ଯୋଗ ଦେଇ ରିବନ କାଟି ଉଦଘାଟନ କରିଥିବା ବେଳେ ମିଲେଟ ମିଶନ ବ୍ଲକ ସହ ସଂଯୋଜକ ସରୋଜ ସାହୁ,କୁଞ୍ଜ ପ୍ରଧାନ, ସିଇଓ ପ୍ରିୟବ୍ରତ ସଗ୍ରିଆ, ପ୍ରତିକ କୁମାର ଦାସ, ମୁରଲୀ ମାଝୀ, ମିଲେଟ ମିଶନ ସିଆରପି ସି.ଆର୍,ପି ବିପିନ, ଅଚ୍ୟୁତ, ମହେନ୍ଦ୍ର, ରମାକାନ୍ତ, ଆସିଡିଏସ ବିଭାଗ ଏକାଉଣ୍ଟ ପ୍ରଗତି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।