ହରଭଙ୍ଗା (ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ହରଭଙ୍ଗା ଠାରେ ଶନିବାର ଦିନ ଦ୍ୱିତୀୟ ହରଭଙ୍ଗା ଲୋକ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଅନୁଷ୍ଠିତ ହୋଇଯାଇଛି l ଏହି ଦ୍ୱିତୀୟ ଲୋକ ମହୋତ୍ସବ ଅବସରରେ ପ୍ରଥମେ ଅଂଚଳ ର ଅଧିଷ୍ଠାତ୍ରୀ ଦେବି ମା ରୁଦ୍ର କାଳୀ ଙ୍କୁ ପାରମ୍ପରିକ ରୀତିନୀତି ରେ ମା ଙ୍କୁ ମନ୍ଦିର ରେ ପୂଜାଅର୍ଚନା କରି ମା ଙ୍କ ଦିବ୍ୟ ପ୍ରତିମା, ଓ ଦିବ୍ୟ ଜ୍ୟୋତି ମଶାଲ ଶୋଭାଯାତ୍ରା ଏକ ବିରାଟ ପଟୁଆର ରେ ପାରମ୍ପରିକ ନାଚ ଗୀତ, ବାଦ୍ୟ ଶଙ୍ଖ, ଘଣ୍ଟ, ଢୋଲ, ନିଶାନ, ନାମ ସଂକୀର୍ତନ, ହରିବୋଲ ହୁଳହୁଳି ରେ ମହୋତ୍ସବ ପଡିଆ ରେ ପହଂଚି ମଞ୍ଚ ରେ ମାଙ୍କ ଦିବ୍ୟ ଜ୍ୟୋତି ଓ ପ୍ରତିମା କୁ ପୂଜା ପାଠ କରି ଅବସ୍ଥାପିତ କରାଯାଇଥିଲା l

ସନ୍ଧ୍ୟା ରେ ସନ୍ଧ୍ୟା ଆଳତି ପରେ ମହୋତ୍ସବ ମଞ୍ଚରେ ମୁଖ୍ୟ ଅତିଥିଭାବେ ଓଡିଶା ସରକାର ଙ୍କ ଜଙ୍ଗଲ ପରିବେଶ, ଜଳବାୟୁ ପରିବର୍ତନ, ପାନୀୟ ଜଳ, ପଞ୍ଚାୟତ ରାଜ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗ ଦେଇ ଦ୍ୱିତୀୟ ହରଭଙ୍ଗା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା କୁ ଶୁଭ ଉଦ୍ଘାଟନ କରିଥିଲେ l ପରେ ମଞ୍ଚ କାର୍ଯ୍ୟକ୍ରମ ରେ ମନ୍ତ୍ରୀ ଙ୍କ ସମେତ ସମ୍ମାନିତ ଅତିଥିଭାବେ ବୌଦ୍ଧ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଚିତ୍ତ କର୍ଣ୍ଣ,ମହୋତ୍ସବ କମିଟିର ଆବାହକ ହିମାଂଶୁ ଶେଖର ରାଉତ,ସଭାପତି ସୁବୋଧ ପ୍ରଧାନ, ସମ୍ପାଦକ ସରୋଜ ଭୋକ୍ତା ମଞ୍ଚାସିନ ଥିଲେ lI ତତ ପରେ ଅତିଥି ଗଣଙ୍କୁ ବ୍ୟାଚ, ପୁଷ୍ପ ଗୁଚ୍ଛ ଓ ଉପ ଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଆଞ୍ଚଳିକ ପଚାୟତ ମହାବିଦ୍ୟାଳୟ ର ଛାତ୍ରୀ ମlନେ ସ୍ୱାଗତ ସଂଗୀତ ଗାନ ପରେ ସମ୍ପାଦକ ମହୋତ୍ସବ ର ବିବରଣୀ ପଠନ କରି ମଞ୍ଚ କାର୍ଯ୍ୟ ସମାପନ କରିଥିଲେ ଓ ଅତିଥି ଗଣ ମିନବଜାର, ବିଭିନ୍ନ ଷ୍ଟଲ, ପରିଦର୍ଶନ କରିଥିଲେ l

ମଞ୍ଚ କାର୍ଯ୍ୟ ପରେ ବିଭିନ୍ନ ସ୍କୁଲ କଲେଜ ର ଛାତ୍ର ଛାତ୍ରୀ,ଜିଲ୍ଲା ଓ ବାହାର ଜିଲ୍ଲା ର କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସିନେ ତାରକା ଙ୍କ ମନଛୁଆଁ ନାଚ ଗୀତ ଦର୍ଶନ ଙ୍କ ମନ ଛୁଇଁଥିଲା l ଆଜି ଉଦ୍ଘାଟନୀ ଦିବସରେ ସିନେ ନିର୍ଦେଶକ ବନମାଳୀ ରଣା (ବନୁ ଭାଇ )ମଞ୍ଚ ଓ ସଂସ୍କୃତିକ କାର୍ଯ୍ୟକ୍ରମ ର ସୁଧୀର ଦୀପ ମଞ୍ଚ ପରିଚାଳନା କରିଥିବା ବେଳେ ଉଦ୍ଘାଟନୀ ଦିବସରେ କୋଷାଧକ୍ଷ ସଂଜୀବ କୁମାର ସାହୁ, କାର୍ଯ୍ୟକାରିଣୀ ସଭାପତି ତଥା ହରଭଙ୍ଗା ସରପଞ୍ଚ ଶକୁନ୍ତଳା ବେହେରା, ସଦସ୍ୟ ପ୍ରଦୀପ ନାଏକ, ନରୋତ୍ତମ ପ୍ରଧାନ, ଶ୍ରୀକାନ୍ତ ସେଠି, ମାନ ଭଂଜନ ନାଏକ, ନଟବର ପ୍ରଧାନ, ଲିଙ୍କନ ପଳିଆ, ବବଲୁ ଖଡ଼ିରତ୍ନ, ବିକାଶ ବେହେରା, ସୁଧୀର ଦୀପ, ଶୁଭ ଶଙ୍କର ପ୍ରଧାନ,ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ସିଂ, ସଂଗ୍ରାମ ବେହେରା, ପ୍ରମୋଦ ପ୍ରଧାନ, ପ୍ରମୋଦ ଖମାରି, ସୁରେଶ ନାଏକ, ପ୍ରଫୁଲ୍ଲ ସାହୁ ଙ୍କ ସମେତ, ହରଭଙ୍ଗା ପୋଲିସ ପ୍ରଶାସନ, ଡ୍ରାଇଭର ମହାସଂଘ ସଂପୂର୍ଣ୍ଣ ମାତ୍ରାରେ ସାହାଯ୍ୟ ଓ ସହଯୋଗ କରିଥିଲେ l