କାଶୀପୁର : (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ବିଭିନ୍ନ ପଞ୍ଚାୟତ ର ବରିଷ୍ଠ ନାଗରିକ ମାନେ ଆଜି କାଶୀପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରୁ ଏକ ଘରଇ ବସ ଯୋଗେ ତୀର୍ଥ ଯାତ୍ରା ପାଇଁ ରାୟଗଡା ପହଞ୍ଚିବାର ବ୍ୟବସ୍ଥା ହୋଇଥିଲା। ଏବଂ ଆଜି ଅପରାହ୍ନ ବେଳେ ସମସ୍ତ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଆସନ୍ତା କାଲି ଏକ ଟ୍ରେନ ଯୋଗେ ସେମାନେ ବାରଣାସୀ ଓ ଗୟା ଅଭିମୁଖେ ଯାତ୍ରା କରିବେ ବୋଲି ଜଣାପଡୁଛି।

କାଶୀପୁର ବ୍ଲକର ଛୋ ଗୋଟି ପଞ୍ଚାୟତର ମୋଟ ୪୧ ଜଣ ବରିଷ୍ଠ ନାଗରିକ ଉକ୍ତ ତୀର୍ଥ ଯାତ୍ରାରେ ଯାଉଥିବା ହେତୁ ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭଗକୁ ଧନ୍ୟବାଦ ଜଣାଇଛନ୍ତି କାଶୀପୁର ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ରମାକାନ୍ତ କୁମ୍ବ୍ରିକା ।

ଏହି ତୀର୍ଥ ତଥା ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ ହେତୁ କୋରାପୁଟ, ରାୟଗଡା, ମାଲକାନଗିରି, କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ବରିଷ୍ଠ ନାଗରିକଙ୍କ ପାଇଁ ଆସନ୍ତା ୨୮ଜାନୁଆରୀ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଏହି ତୀର୍ଥ ଯାତ୍ରା ନିମନ୍ତେ ସ୍ୱତନ୍ତ୍ର ଏକ ଟ୍ରେନ ର ଶୁଭାରମ୍ଭ ହେବ ବୋଲି ଶ୍ରୀ କୁମ୍ବ୍ରିକା ପ୍ରକଶ କରିଥିଲେ।