କାଶୀପୁର : (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ଠାରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ରେ ୭୫ତମ ଗଣତନ୍ତ୍ର ଦିବସ ଯାକଜଖମରେ ପାଳନ କରାଯାଇଥିବା ଦେଖିବାକୁ ମିଳିଛି।ଏହି ପରିପେକ୍ଷୀରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ,ତହସିଲ କାର୍ଯ୍ୟାଳୟ,ସମନ୍ୱିତ ଶିଶୁଵିକାଶ ବିଭାଗ, କୃଷି ଉନ୍ନୟନ ବିଭାଗ,ପ୍ରାଣୀ ଧନ ବିଭାଗ,ଗ୍ରାମ୍ୟ ଉନ୍ନୟନ ବିଭାଗ କାଶୀପୁର ଡିଭିଜନ, କୋଠାବାଡି କାଶୀପୁର ଡିଭିଜନ,ପ୍ରଥମ ଶ୍ରେଣୀ ଅଦାଲତ, ବନ ବିଭାଗ, ସ୍ୱାସ୍ଥ୍ୟ ବିଭାଗ,ବ୍ଲକ ଶିକ୍ଷା ବିଭାଗ, ଜଳ ପରିମଳ ବିଭଗ, ଦମକଳ ବିଭାଗ,ଡାକ ବିଭାଗ, ଭାରତୀୟ ଷ୍ଟେଟ ବ୍ୟାଙ୍କ,ପଞ୍ଚାୟତ କାର୍ଯ୍ୟାଳୟ, ସମସ୍ତ ସରକାରୀ ବିଦ୍ୟାଳୟ ଏବଂ କାଶୀପୁର ମା ମାଣିକେଶ୍ବରୀ ମହାବିଦ୍ୟାଳୟ ସମେତ କାଶୀପୁର ବ୍ଲକ ଡ୍ରାଇଭର ସଙ୍ଘ ଓ ବ୍ଲକ କଂଗ୍ରେସ ପକ୍ଷରୁ 75ତମ ଗଣତନ୍ତ୍ର ଦିବସ ପାଳନ କରାଯାଇଛି।

ସବୁ ବର୍ଷ ଭଳି ସାଧାରଣ ଗଣତନ୍ତ୍ର ଦିବସ କାଶୀପୁର ଉନ୍ନତ ସରକାରୀ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ପାଳନ କରାଯାଇଥିଲା। ଏହି ଉପଲକ୍ଷେ କାଶୀପୁର ବ୍ଲକ ଅଧିକାରୀ ଶ୍ରୀମତୀ ମନୀଷା ଦାସ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ, ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ତହସିଲଦାର ସୁନିଲୁ କୁମାର ପ୍ରଧାନ, IIC ସୂର୍ଯ୍ୟ ପ୍ରକଶ ନାଏକ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିପ୍ତିମୟୀ ସିଂ, ବନାଞ୍ଚଳ ଅଧିକାରୀ ଅନ୍ତର୍ଯ୍ୟାମୀ ସାହୁ, ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କବିତା ମିଶ୍ରଙ୍କ ସମେତ ସମସ୍ତ ଶିକ୍ଷନୁଷ୍ଠାନର ଶିକ୍ଷକ ଏବଂ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି କାଶୀପୁର ବିଡ଼ିଓ ଶ୍ରୀମତୀ ଦାସ ପତାକା ଉତ୍ତଳୋନ କରିଥିଲେ ଏବଂ ମୁଖ୍ୟ ପ୍ରଵକ୍ତା ତହସିଲଦାର ଶ୍ରୀ ପ୍ରଧାନ ସ୍ୱାଧୀନ ରାଷ୍ଟ୍ରରେ ଗଣତନ୍ତ୍ରର ପରିଭାଷା ଏବଂ ରାଷ୍ଟ୍ର ଗଠନରେ ନାଗରିକଙ୍କ କର୍ତବ୍ୟ ଓ ଅଧିକାରକୁ ନେଇଁ ଉଦବୋଧନ ଦେଇଥିଲେ। ଠିକ ଏହିପରି ଉପସ୍ଥିତ ଅତିଥି ମାନେ ଗଣତନ୍ତ୍ର ରାଷ୍ଟ୍ରରେ ସମ୍ବିଧାନର ମହତ୍ୱ ଏବଂ ସମ୍ବିଧାନ ପ୍ରଣେତା ଡା. ବାବାଶାହେବ ଆମ୍ବେଦକରଙ୍କ ବିଷୟରେ ବକ୍ତବ୍ୟ ଦେଇଥିଲେ।
କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ସଂସ୍କୃତିକ ଓ ଦେଶାତ୍ମକ ନୃତ୍ୟ ପରିବେଷଣ କରିଥିଲେ।କାର୍ଯ୍ୟକ୍ରମଟି କୁ କାଶୀପୁର କ୍ଲଷ୍ଟର CRCC ଅରୁନ କୁମାର ନାଏକ ଓ ଜିତେନ୍ଦ୍ର ବୈଦ୍ୟ ପରିଚାଳନା କରିଥିଲେ।