ପାଟଣାଗଡ଼ ବ୍ୟୁରୋ,ତା.୧୭/୦୧( ନରେନ୍ଦ୍ର ନେଗୀ)ଗତକାଲି ପାଟଣାଗଡ଼ ଉପଜିଲ୍ଲାପାଳ କାର୍ଯ୍ୟାଳୟ ରେ ରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି |ଯେଉଁକାମ ପାଇଁ ଉପସ୍ଥିତ ଅଧିକାରୀ ମାନେ ଅକାଳ ପରିଶ୍ରମ ପରେ ମଧ୍ୟ୍ୟ ବିଫଳ ହୋଇଥିବା କଥା ଏବେ ସହର ରେ ବେଶ ଚର୍ଚ୍ଚା ହେଉଛି |ତେବେ ଘଟଣା ଟି ଥିଲା ଏମିତି ପାଇଁ ଏକ କେମ୍ପ ର ଆୟୋଜନ କରି ଉପସ୍ଥିତ ନେତା, ଭୋଟର, ଏବଂ ଅଧିକାରୀ ସଚେତନତା କରିବାର କାର୍ଯ୍ୟକ୍ରମ ଥିଲା |ଏଥିପାଇଁ ପୁଷ୍ପ ରେ ସଜ୍ଜିତ ଏକ ଷ୍ଟଲ ବି କରାଯାଇଥିଲା |

କିନ୍ତୁ ବିଡମ୍ବନା ର କଥା ଏହାକିଯେ ଘଣ୍ଟା ଘଣ୍ଟା ଧରି ପରିଶ୍ରମ ପରେ ବି ଉପସ୍ଥିତ ଲୋକଙ୍କୁ ଡେମୋ ଦେଖାଇ ପାରିନଥିଲେ କି ବାରମ୍ବାର ଚେଷ୍ଟା ପରେ ବି ଏଭିଏମ, କି ଭିଭିପ୍ୟାଟ ମେସିନ କୁ ଚଳାଇ ପାରିନଥିଲେ |

ଏମିତି କି କିଛି ଅଧିକାରୀ ନିଜ ମୋବାଇଲ ରେ ୟୁଟ୍ୟୁବ ଦେଖି ମଧ୍ୟ୍ୟ ଚକାଇବାର ପ୍ରୟାସ କରିଥିଲେ |କିନ୍ତୁ ତାହା ସଫଳ ହେଲାନି ଶେଷରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା ପରେ ସେଠାରୁ କିଛି ନେତା ଚାଲି ଯାଇଥିଲେ |ଏମିତି କି ଅନ୍ୟ ବ୍ଲକ ମାନଙ୍କୁ ଆସିଥିବା ଅଧିକାରୀ ମାନେ ନିଜ ନିଜ ମେସିନ ଧରି ଚାଲିଯାଇଥିଲେ |କିନ୍ତୁ ଯେଉଁ ଉଦେଶ୍ୟ ନେଇ ଏକ ସମାରୋହ କରାଯାଇଥିଲା ତାହା ସଫଳ ହେଲାନି |ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ବହୁ ଆଡମ୍ବରେ ଲଘୁକ୍ରିୟା |