ଟିଟିଲାଗଡ଼: (ସଞ୍ଜୟ କୁମାର ନାୟକ) ନୂତନ ବର୍ଷର ପ୍ରଥମ ଦିନ ଅର୍ଥାତ୍ ଜାନୁଆରୀ ଏକ ତାରିଖ ଦିନ ଟିଟିଲାଗଡ଼ ନିକଟସ୍ଥ ଲେସୁନବାହାଲି ମଦ ଭାଟି ମ୍ୟାନେଜର ଟିଟିଲାଗଡ଼କୁ ୨ ଲକ୍ଷ ୩୫ ହଜାର ଟଙ୍କା ଧରି ଜମା କରିବା ପାଇଁ ଆସୁଥିବା ବେଳେ ବଛାଯୁଝା ନିକଟରେ ଚାରି ଜଣ ଯୁବକ ଅତର୍କିତ ଆକ୍ରମଣ କରି ତାଙ୍କ ଟଙ୍କା ଲୁଟି ନେଇଥିଲେ।

ଲୁଟ ହେବା ପରେ ଭାଟି ମ୍ୟାନେଜର ଟିଟିଲାଗଡ଼ ଥାନାକୁ ଆସି ମାମଲା ରୁଜୁ କରିବା ପରେ ଥାନାଧିକାରୀ ମନୋଜ କୁମାର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଏସ ଆଇ ଶ୍ରୀ ନେତ୍ର ଛତ୍ର ଏକ ସ୍କ୍ୱାଡ ଗଠନ କରି ସେହି ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ କରିଥିଲେ। ଶେଷରେ ତଦନ୍ତ କରି ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ମୁକୁନ୍ଦ ବାଗ ଓ ରୋହିତ ସେଲେମାକୁ ଗିରଫ ତଦନ୍ତ କରିବାରୁ ସବୁ ସତ ଓଗାଳି ଥିଲେ।

ସେମାନଙ୍କ ଠାରୁ ଗୋଟିଏ ଏଭେଞ୍ଜର ବାଇକ, ଛୁରୀ, ଗୋଟିଏ ମୋବାଇଲ ଓ ନଗଦ ପାଞ୍ଚ ହଜାର ଟଙ୍କା ଜବତ କରିବା ସହ ଘଟଣାରେ ଆଉ ଦୁଇ ଜଣ ଜଡ଼ିତ ଥିବା ଅଭିଯୁକ୍ତ ଫେରାର ଥିବା ପୋଲିସ ପକ୍ଷରୁ ସୁଚନା ମିଳିଛି। କେଶ ନମ୍ୱର ୨/୨୦୨୪ ଆଇପିଶି ୩୯୨ ଅନ୍ତର୍ଗତ ସେହି ଗିରଫ ଦୁଇ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ପାଞ୍ଚ ଦିନ ଭିତରେ ଡକାୟତଙ୍କୁ ଧରିବାରେ ଟିଟିଲାଗଡ଼ ପୋଲିସ ସଫଳ ହୋଇଛି। ଟିଟିଲାଗଡରୁ ଙ୍କ ରିପୋର୍ଟ।