ଟିଟିଲାଗଡ:( ସଞ୍ଜୟ କୁମାର ନାୟକ)ସ୍ୱାର୍ଥପର ଦୁନିଆଁରେ କିଏ କାହାର ? ସମସ୍ତେ ଯିଏ ଯାହାର ସ୍ୱାର୍ଥରେ ବ୍ୟସ୍ତ, ତା ଭିତରେ ବି ମାନବିକତା ବଞ୍ଚି ରହିଛି। ଟିଟିଲାଗଡ ସହରର ହାଟପଦା ପଡ଼ା ଏକତାର ପ୍ରତୀକ, ସୋମବାର ସନ୍ଧ୍ୟାରେ ଶାନ୍ତି ନିବାସ ଗଳି ବିଦ୍ୟୁତ ଟ୍ରାନସଫର୍ମର ନିକଟ ଗୌରାଙ୍ଗ ଗନ୍ତାୟତ ଙ୍କ ଘର ସମ୍ମୁଖରେ ଗୋଟିଏ ବାଛୁରୀ ଏପଟୁ ସେପଟ ହାମା ହାମା ଡାକ ଦେଇ ପାଟି କରୁଥିଲା, ପାଖରେ ଥିବା ଲୋକେ ଯାଇ ଦେଖିଲା ବେଳକୁ ଗୋଟିଏ ଗାଈ ଅଚେତ ହୋଇ ପଡ଼ି ରହିଥିଲା, ଏହା ଦେଖିବା ପରେ ସ୍ଥାନୀୟ ଲୋକେ ପ୍ରାଣୀଧନ କାର୍ଯ୍ୟ।ଳୟକୁ ଫୋନ କରି ଜଣାଇଥିଲେ, ଜଣେ ଚିକିତ୍ସକ ଆସି ଦେଖି ଯିବା ପରେ ହାଟପଦା ପଡ଼ାରେ ରହୁଥିବା ଲେବେଡ଼ା ପ୍ରାଣୀ ଧନ ଚିକିତ୍ସକ ଶ୍ରୀ ବିରେନ ଷଡ଼ଙ୍ଗୀ ଡ୍ୟୁଟିରୁ ଫେରି ଘରକୁ ନ ଯାଇ ପ୍ରାୟ ୪ ଘଣ୍ଟା ଅକ୍ଳ।ନ୍ତ ପରିଶ୍ରମ କରି ଚିକିତ୍ସା ପ୍ରଦାନ କରିଥିଲେ।

ସେହି ସମୟରେ ଶ୍ରୀ ଗୌରାଙ୍ଗ ଗନ୍ତାୟତ, ହନୁ ଅଗ୍ରୱାଲ, ରାଜୁ ଅଗ୍ରୱାଲ, ସଞ୍ଜୟ ଅଗ୍ରୱାଲ, ରିଙ୍କୁ ଶର୍ମା, ରଞ୍ଜୀବ ଦ୍ଵୀପ , ଗୌର ଚିନାଗୁନ, ସଂଗ୍ରାମ ପଟ୍ଟନାୟକ, ରାହୁଲ ଶର୍ମା, ସଞ୍ଜୀବ ପାଢ଼ୀ, ଜିତେନ ପଟ୍ଟନାୟକ,ସଞ୍ଜୟ ନାୟକ ପ୍ରମୁଖ ଉପସ୍ଥିତ ରହି ସେ ଗାଈର ସେବା ଶୁଶ୍ରୁଷା ତଥା ସୁସ୍ଥ କରିବାକୁ ଚିକିତ୍ସକଙ୍କ ସହ ସହଯୋଗ କରିଥିଲେ। ଅନ୍ୟ ପଟେ ଦୁଇ ଚାରି ଦିନର ବାଛୁରି ଭୋକରେ ଅଚେତ ଅବସ୍ଥାରେ ଥିବା ମାଁ ଠୁ କ୍ଷୀର ଖାଉଥିବା ଦୃଶ୍ୟ ଲୋକଙ୍କ ଆଖିରୁ ଲୁହ ବାହାର କରିବାକୁ ବାଧ୍ୟ କରିଥିଲା। ସଂଗ୍ରାମ ପଟ୍ଟନାୟକ ନିଜ ଘରକୁ ନେଇ ବାଛୁରୀକୁ ରଖିବା ସହ ବୋତଲରେ କ୍ଷୀର ପିଆଉ ଥିଲେ। ପ୍ରତି ଘଣ୍ଟାରେ କେତେ ଉନ୍ନତି ପରିଲକ୍ଷିତ ହେଉଛି ପଡ।ବାସି ଜଗି ରହିଥାନ୍ତି।

ଗାଇଟିକୁ ସନ୍ନିପାତ ତଥା ଖାଦ୍ୟ ଅଭାବରୁ ସେ ଦୁର୍ବଳ ହୋଇପଡିଥିଲା, ତାକୁ ସାଲାଇନ, ଇଞ୍ଜେକସନ ଦେଇ ନିଆଁର ଉତ୍ତାପ ଦିଆଯାଇଥିଲା, ଚାରି ଘଣ୍ଟା ପରେ ରାତି ସାଢେ ଦଶ ଟାରେ ଗାଈ ଛିଡା ହେବାରେ ସକ୍ଷମ ହେଲା, ଏହା ଦେଖି ଲୋକଙ୍କ ଖୁସି କହିଲେ ନ ସରେ। ସଙ୍ଗେ ସଙ୍ଗେ ବାଛୁରୀ କୁ ଆଣି ମାଁ ଗାଈ ପାଖରେ ଛଡ଼ା ଗଲା, ମାଁ କୁ ଦେଖିଲା ମାତ୍ରେ ଆନନ୍ଦରେ କ୍ଷୀର ଖାଇଲା ବାଛୁରୀ। ଗୋଟିଏ ମାଁ ଓ ବାଛୁରୀର ପ୍ରେମ, ମାଁ ର ମାତୃତ୍ଵ ଦେଖି ଲୋକେ ଭାବ ବିହ୍ବଳ ହୋଇପଡ଼ିଥିଲେ। ଦୁଃଖ ଦେଖି ଲାଗି ପଡ଼ିଲେ ଗାଈକୁ ସୁସ୍ଥ କରିବାକୁ। ସକାଳୁ ପୁଣି ଥରେ ଚିକିତ୍ସା କରିବା ସତ୍ତ୍ୱେ ଗାଇଟି ଶେଷରେ ଜୀବନ ହାରିଲା। ସେହି ଅପାରଗ ଗାଈ ମାଲିକ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ ପଡ଼ାବାସି, କେବଳ କ୍ଷୀର ଦୁଇଁ ଗାଈ ପୋସିଲେ ହେବନି ? ଗାଈ ଛୁଆ ଜନ୍ମ କଲାପରେ ବି ଗାଈ ମାଲିକ କିଏ ଜଣା ପଡିଲାନି ? ରାସ୍ତା କଡ଼ରେ ଏମିତି ଦୁଃଖ ଦୁର୍ଦ୍ଦଶା ଭୋଗୁଛନ୍ତି ଗୃହ ପାଳିତ ପଶୁ। ଏ ଦିଗରେ ସରକାର ଯଥା ଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।