ଢେଙ୍କାନାଳ :ଓଡିଶା ର ଯେ କୋଣସି ସ୍ଥାନରେ ଅପେରା ପଡ଼ିଲେ ଦେଖିବାକୁ ଯାଇଥାଆନ୍ତି। ଲକ୍ଷ୍ମୀ ପୂଜା ସମୟରେ ଦର୍ଶକ ମାନଙ୍କର ରାତିରେ ମନୋରଞ୍ଜନ ଆଖିରେ ରଖି ସେ ୧୯୫୬-୧୯୫୭ ମସିହାରେ ପ୍ରଥମେ ଅପେରା ଦଳ ଡକାଇ ନିଜ ବଜାର ଲକ୍ଷ୍ମୀ ବଜାର ମେଢ଼ ପାର୍ଶ୍ଵ ତଥା ନିଜଘର ସମ୍ମୁଖ ରାସ୍ତା କଡ଼ରେ ପ୍ରଦର୍ଶନର ବ୍ୟବସ୍ଥା କରିଥିଲେ । ପୂଜାକୁ ଆସୁଥିବା ଲୋକମାନେ ମାଗଣାରେ ରାତିସାରା ନାଚ ଦେଖି ଭୋରୁ ଘରକୁ ଫେରୁଥିଲେ । ସେତେବେଳେ ଏହି ନାଚ ପରମ୍ପରା ସମସ୍ତଙ୍କ ଦ୍ଵାରା ଆଦୃତ ଲାଭ କରିଥିଲା । ଲକ୍ଷ୍ମୀ ବଜାର ପରେ ବିଶିଷ୍ଟ ବ୍ୟବସାୟୀ ନଟବର ଦେବତା ମଧ୍ୟ ନିଜ ବଜାରରେ ଏହି ଯାତ୍ରା ବା ଅପେରା ଆରମ୍ଭ କରିଥିଲେ ।

ପରେ କ୍ରମାନ୍ୱୟରେ ବିଭିନ୍ନ ବଜାରରେ ଏହା ଆୟୋଜିତ ହେଇ ଆସୁଥିଲା । ୨୦୦୦ ମସିହା ପରଠାରୁ ଲକ୍ଷ୍ମୀ ପୂଜା ମହୋତ୍ସବ ସମୟରେ ମାଗଣା ନାଚ ଦେଖିବା ପରମ୍ପରା କ୍ରମଶଃ ବନ୍ଦ ହୋଇଛି । ପୂଜା ବଜାରରେ ନିଜ ଛାପ ବ୍ରାଣ୍ଡ ର ବିଡ଼ି ଓ ଗୁଡ଼ାଖୁ ବିକ୍ରି ପାଇଁ ପ୍ରଚାର କରିବା ଲାଗି ଏବଂ ଲୋକ ମାନଙ୍କୁ ଲକ୍ଷ୍ମୀ ପୂଜା ବଜାରରେ ନିଜ ଦୋକାନ ସମ୍ମୁଖରେ ବାନ୍ଧି ରଖିବା ଲାଗି ଉକ୍ତ ଅନୁଷ୍ଠାନ ୧୯୫୪-୫୫ ମସିହାରେ ପ୍ରଥମେ ରାବଣ ପ୍ରତି ମୂର୍ତ୍ତି ନିର୍ମାଣ କରି ଲୋକଙ୍କୁ ଆକୃଷ୍ଟ କରିଥିଲେ । ପରେ ମାଙ୍କଡ ନାଚ ଗୋଟି ପୁଅ ନାଚ ଏବଂ କଣ୍ଢେଇ ନାଚ ଆଦି କରି l ଲକ୍ଷ୍ମୀ ପୂଜା ର ଆକର୍ଷଣ କୁ ବଢ଼ାଇଥିଲେ । କାଳ କ୍ରମେ ବଜାର ର ଚାକଚକ୍ୟ ଓ ଆଧୁନିକ ନୃତ୍ୟ ଗୀତ ରେ ଆଦୃତି କୁ ନେଇ ଏହି କାଳ ନୃତ୍ୟ ପ୍ରାୟ ବନ୍ଦ ହୋଇ ରହିଥିଲା । ତତ୍ କାଳୀନ ଲକ୍ଷ୍ମୀ ପୂଜା ର ସେହି ପୁରୁଣା ପରମ୍ପରା କୁ ମାନେ ପକାଇ ଦେବା ଲାଗି ଚଳିତ ବର୍ଷ ବି ସାମଲ ବିଡ଼ି ଅନୁଷ୍ଠାନ ପକ୍ଷରୁ ତାଙ୍କର ଉତ୍ତର ପିଢ଼ି ଙ୍କ ଉଦ୍ୟମରେ କଣ୍ଢେଇ ନାଚ ପ୍ରଦର୍ଶନ କରାଯାଉଛି ।

ଏହି ନାଚରେ ଓଡ଼ିଶାର ପୂର୍ବ ପାରମ୍ପରିକ ଚଳନି କୁ ଦୃଷ୍ଟିରେ ରଖି ମହିଳା ମାନେ ଢିଙ୍କି ରେ କୁଟିବା କୁଲାରେ ପଛୁଡ଼ିବା, ପେଷଣା ଚାକିରି ପେଶିବା,ଶିଳା ରେ ବାଟିବା ,ପନିକିରେ ବଡ଼ ମାଛ କାଟିବା,ମାଟି ହାଣ୍ଡିରେ ରୋଷେଇ କରିବା ,କୂଅରୁ ପାଣି କାଢିବା,ଦହି ମନ୍ଥନ, ବାଲି ହାଣ୍ଡିରେ ମୁଢ଼ି ଭାଜିବା ଏବଂ ବିବାହବ୍ରତ ପରମ୍ପରା ଆଦି କଣ୍ଢେଇ ନାଚ ମାଧ୍ୟମରେ ପ୍ରଦର୍ଶିତ କରାଯାଇ ସଚେତନ କରା ଯାଉଛି । ଏହି ଦୃଶ୍ୟକୁ ଦେଖିବା ଲାଗି ସେତେବେଳ ଯେପରି ଅନୁଷ୍ଠାନ ସମ୍ମୁଖରେ ଭିଡ଼ ଜମୁଥିଲ ବର୍ତ୍ତମାନ ଅତ୍ୟାଧୁନିକ ଚାକଚକ୍ୟ ଝିଲମିଲ ଆଲୁଅ ଓ ସାଜସଜ୍ଜା ଭିତରେ ମଧ୍ୟ ଏହି କଣ୍ଢେଇ ନଚକୁ ଦେଖି ନିଆରା ମଜା ଉଠାଇବା ପାଇଁ ସେହିପରି ଭିଡ଼ ଜମୁଛି । ଯାହାକି ଏକ ପୂଜାର ପ୍ରମୁଖ ଆକର୍ଷଣ କହିଲେ ଅତୁକ୍ତି ହେବ ନାହିଁ ।