ଭୁବନେଶ୍ୱର/ନୂଆଦିଲ୍ଲୀ :ୱାର୍ଲଡ ଓଡିଶା ସୋସାଇଟି ର ମହାସଚିବ ମାଞ୍ଚେଷ୍ଟର ଠାରେ ଅବସ୍ଥାପିତ ଯୁବ ଶିଳ୍ପଦ୍ୟୋଗୀ ଶିବ ରଞ୍ଜନ ବିଶ୍ୱାଳ ଙ୍କର ମାତା ଶ୍ରୀମତୀ ବାସନ୍ତୀ ବିଶ୍ୱାଳ ଆଜି ୬୬ ବର୍ଷ ବୟସ ରେ ବ୍ରହ୍ମପୁର ଠାରେ ଇହ ଲୀଳା ସମ୍ବରଣ କରିଛନ୍ତି I

ଶ୍ରୀମତୀ ବିଶ୍ୱାଳ ଜଣେ ଧର୍ମ ପରାୟଣା, ସରଳ , ଅମାୟିକ , ପରୋପକାରୀ , ସ୍ନେହୀ , ଦରଦୀ ଓ ମିଷ୍ଟଭାଷୀ ମହିଳା ଥିଲେ I ତାଙ୍କର ବିୟୋଗ ରେ ୱାର୍ଲଡ ଓଡିଶା ସୋସାଇଟି ର ଅଧ୍ୟକ୍ଷ କିଶୋର ଦ୍ବିବେଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି I ଏକ ଶୋକବାର୍ତା ରେ ଶ୍ରୀ ଦ୍ବିବେଦୀ ,ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କର ଆମର ଆତ୍ମା କୁ ଚୀର ଶାନ୍ତି ପ୍ରଦାନ କରନ୍ତୁ ,ଏତିକି ପ୍ରାର୍ଥନା ବୋଲି ଦର୍ଶାଇଛନ୍ତି I