
ହରଭଙ୍ଗା: (ଚିତ୍ତରଞ୍ଜନ ସିଂହ): ହରଭଙ୍ଗା ବ୍ଲକ ଅନ୍ତର୍ଗତ ହରଭଙ୍ଗାସ୍ଥିତ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସରପଞ୍ଚ ତଥା ବନ୍ୟା ଆଶ୍ରୟସ୍ଥଳୀ ସଭାପତି ଶକୁନ୍ତଳା ବେହେରାଙ୍କ ଅଧ୍ୟକ୍ଷତାରେ ବନ୍ୟା ଆଶ୍ରୟସ୍ଥଳସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କର୍ମଶାଳା- ୨୦୨୫ ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ କର୍ମଶାଳାରେ ମୁଖ୍ୟ ଅତିଥିଭାବେ ମୁଖ୍ୟ ଉନ୍ନୟନ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥିଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ସେଠୀ ଯୋଗ ଦେଇଥିଲେ l
କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା l ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଆଖି ଆଗରେ ରଖି ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ମୁଖ୍ୟ ଉନ୍ନୟନ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଉପସ୍ଥିତ ବିଭାଗୀୟ ଅଧିକାରୀମାନଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ l ଉକ୍ତ ବନ୍ୟା ଆଶ୍ରୟସ୍ଥଳସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କର୍ମଶାଳାରେ ହରଭଙ୍ଗା ତହସିଲଦାର ବଳଦେବ ବେହେରା, ବ୍ଲକ କୃଷି ଅଧିକାରୀ ସବ୍ୟସାଚୀ ଦାସ, ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ବୀରେନ୍ଦ୍ର ପୃଷ୍ଟି, ଗ୍ରାମ ପଞ୍ଚାୟତ ଅଧିକାରୀ ମିଶ୍ର, ରାଜସ୍ବ ନିରୀକ୍ଷକ ପଙ୍କଜ କହଁର, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପରେଶ କୁମାର ନାଏକ, ପଞ୍ଚାୟତ ନିର୍ବାହୀ ଅଧିକାରୀ ମଧୁସୂଦନ ମଲ୍ଲିକ, ସମିତି ସଭ୍ୟ ଚିତ୍ତରଞ୍ଜନ ସେଠୀ, ନାଏବ ସରପଞ୍ଚ ସୁଦାମ ସେଠୀଙ୍କ ସହ ଆଶା କର୍ମୀ, ଅଙ୍ଗନୱାଡି କର୍ମୀ, ମିଶନ ଶକ୍ତି ବିଭାଗର ଏମବିକେ, ସିଆରପି, ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ଏବଂ ଅଞ୍ଚଳର ସାଧାରଣ ଜନତା ଉପସ୍ଥିତ ଥିଲେ l