
ନବରଙ୍ଗପୁର :- ନବରଙ୍ଗପୁର ହିର୍ଲି ନିକଟରେ ବାରିକ ସଙ୍ଘ ତରଫରୁ ନିଜର ସଙ୍ଘ କାର୍ଯାଳୟ ରେ 79 ତମ ସ୍ୱାଧୀନତା ଦିବସ ଏବଂ ହର ଘର ଘର ମେ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା ! ଏହି କାର୍ଯ୍ୟକ୍ରମ ରେ ବାରିକ ସଙ୍ଘ ର ସଭାପତି ତଥା ସମାଜସେବୀ N ଗଣେଶ ଜାତୀୟ ଫତକା କୁ ଉତ୍ତଳନ କରିଵା ସହ ଦେଶ ସ୍ୱାଧୀନତା ପାଇଁ ବଳିଦାନ କରିଥିବା ସଂଗ୍ରାମୀ ମାନଂକୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଜଣାଇଥିଲେ !
ପରେ ପ୍ରତିବର୍ଷ ପରି ବାରିକ ସଙ୍ଘ ତରଫରୁ କିଛି ନୂଆ କାର୍ଯ୍ୟ ଵା ମାନବିକତା ର ପରିଚୟ ଦେଖାଇ ପୁଣି ପ୍ରଶଂସା ର ପାତ୍ର ପାଲଟିଛନ୍ତି ବାରିକ ସଙ୍ଘ ର ସଭାପତି N ଗଣେଶ ! ଏହି ବର୍ଷ ବାରିକ ସଂଘର ସଭାପତି ତଥା ସମାଜସେବୀ N. ଗଣେଶ (ଗଣି ବାବୁ) ନିଜ ଜାତିର ଗରିବ ଅସହାୟ, ବିଧବା ମହିଳା ମାନଙ୍କୁ ୧୦୦୦ ଟଙ୍କା ଲେଖାଏଁ ମାସିକ ପେନ୍ସନ୍ ପ୍ରଦାନ କରିଥିଲେ । ଏହା ପୂର୍ବରୁ ମଧ୍ୟ ସେ ବହୁ ଗରିବ ଅସହାୟ ପରିବାର ମାନଙ୍କୁ ସାହାଯ୍ୟ ସହୋଯଗ କରିଆସୁଛନ୍ତି lସେ ନିଜେ ଦେଖାଇ ଦେଇଛନ୍ତି ଯେ ଇଛାଶକ୍ତି ଥିଲେ ସବୁ ସମ୍ଭବ ହୋଇପାରେ । ତାଙ୍କର ଏହି ମହାନ ସମାଜସେବା କାର୍ଯ୍ୟପାଇଁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟୁଛି |