
ପୁରୀ : (ମନୋଜ କୁମାର ବଳିଆରସିଂ )ଜିଲ୍ଲା ଅବସର ପ୍ରାପ୍ତ ଶିକ୍ଷକ କର୍ମଚାରୀ ସଂଘର ଏକ ସାଧାରଣ ବୈଠକ ଅବକାଶ ଲେନ୍ ସ୍ଥିତ ମା’ ଭୂବନେଶ୍ଵରୀ ମନ୍ଦିର ପ୍ରାଙ୍ଗଣରେ ସଭାପତି ପ୍ରଫେସର ଲକ୍ଷ୍ମୀଧର ମିଶ୍ରଙ୍କ ଅଧ୍ୟକ୍ଷତାରେ ତା ୧୯.୦୬.୨୦୨୫ ରିଖ ଦିବା ୧୧ ଘଟିକା ସମୟରେ ଅନୁଷ୍ଠିତ ହୋଇଥିଲା । ସାଧାରଣ ସଂପାଦକ ବିଶ୍ଵନାଥ ବେହେରା ଅବସର ପ୍ରାପ୍ତ ଶିକ୍ଷକ କର୍ମଚାରୀମାନଙ୍କ ଜରୁରୀ ସମସ୍ୟା ସମ୍ପର୍କରେ ସୂଚନା ଦେଇ କହିଲେ ଯେ ଅପ୍ରତ୍ୟାଶିତ ଭାବେ ଲୋକସଭାରେ ପେନ୍ସନ୍ ରୁଲ୍ସ ପାରିତ କରାଇବା ଫଳରେ ୮ମ ବେତନ କମିଶନ ସୁପାରିଶ କାର୍ଯ୍ୟକାରୀ ହେବା ତାରିଖ ୦୧.୦୧.୨୦୨୬ ପୂର୍ବ ପେନ୍ସନ୍ ଭୋଗୀମାନଙ୍କର ପେନ୍ ସନ୍ ସଂଶୋଧନ କେଉଁ ତାରିଖ ଓ କେଉଁ ଆକାରରେ ହେବ ତାହା କେନ୍ଦ୍ର ସରକାରଙ୍କ ଇଚ୍ଛା ଉପରେ ନିର୍ଭର କରିବ ।
ଏହି ନିଷ୍ପତି ଅର୍ଥ ବିଲ ୨୦୨୫ର ଅଂଶ ବିଶେଷ ଭାବରେ ଭାଲିଡ଼େସନ ଅଫ ସେଣ୍ଟ୍ରାଲ ସିଭିଲ ସର୍ଭିସେସ୍ (ପେନ୍ସନ ରୁଲ୍ସ) ଗତ ମାର୍ଚ୍ଚ ମାସରେ ଲୋକ ସଭାରେ ପାରିତ ହୋଇଛି । ଫଳ ରେ କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ ତା ୦୧.୦୧.୨୬ରୁ ୮ମ ବେତନ କମିଶନ ସୁପାରିଶ କାର୍ଯ୍ୟକାରୀ ହେଲେ ଏହି ତାରିଖ ପରେ ଅବସର ଗ୍ରହଣ କରିଥିବା ଶିକ୍ଷକ, କର୍ମଚାରୀମା ମାନଙ୍କ ପ୍ରତିଲାଗୁ ହେବ ଓ ଏହା ପୂର୍ବରୁ ଅବସର ନେଇଥିବା ଶିକ୍ଷକ କର୍ମଚାରୀମାନଙ୍କ ପ୍ରତି ଲାଗୁ ହେବ ନାହିଁ । ଏଭଳି ପେନ୍ସନ୍ ଭାଲିଡ଼େସନ ରୂଲଶ ଦେଶର ଉଚ୍ଚତମ ନ୍ୟାୟାଳୟ (ସୁପ୍ରିମ୍ କୋର୍ଟ) ଓ ବିଭିନ୍ନ ହାଇକୋର୍ଟଙ୍କ ଆଦେଶ କୁ ଭଲ୍ଲଙ୍ଘନ କରିବା ସହିତ ଦେଶର ପ୍ରଚ଼ଳିତ ପେନ୍ସନ୍ ନିୟମକୁ ମଧ୍ୟ ଉଲ୍ଲଙ୍ଘନ କରୁଛି । ଏହା ଫଳରେ ପେନସନ୍ ଅଧିକାର ନ ହୋଇ ସରକାରଙ୍କ ଦୟା ଉପରେ ନିର୍ଭର କରିବ ଓ ପେନସନ୍ ଭୋଗୀମାନେ ସେମାନଙ୍କର ଅଧିକାରରୁ ବଞ୍ଚିତ ହେବେ । ଯାହା କି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସାଧାରଣ ସଂପାଦକ ବିଶ୍ଵନା ବେହେରା ଓ ସଭାପତି ପ୍ରଫେସର ଲକ୍ଷ୍ମୀଧର ମିଶ୍ର ଉଦ୍ବେଗ ପ୍ରକାଶ କରିଛନ୍ତି । ଦେଶର ଲୋକପ୍ରିୟ ମାନ୍ୟବର ପ୍ରଧାନମନ୍ତ୍ରୀ ଭକ୍ତ ନିୟମକୁ ପ୍ରତ୍ୟାହାର କରିବାକୁ ନିବେଦନ କରିଛନ୍ତି ।
ସର୍ବଭାରତୀୟ ରାଜ୍ୟ ପେନ୍ସନର୍ସ ଫେଡ଼େରେସନ୍ ନୂଆଦିଲ୍ଲୀ ଓ ରାଜ୍ୟ ସଂଗଠନର ନିଷ୍ପତି କ୍ରମେ ଆସନ୍ତା ତା ୨୩.୦୬.୨୦୨୫ରି ଦିନ ୧୧ଘଟିକା ସମୟରେ ଦେଶର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀ ସଂଘର ପ୍ରତିନିଧି ଦଳ ପେନ୍ସନ୍ ଭାଲିଡ଼େସନ୍ ରୁଲ ନ କରିବା ନିମନ୍ତେ ଗଣଆବେଦନ ପତ୍ର ପ୍ରଦାନ କରିବେ ବୋଲି ସାଧାରଣ ସମ୍ପାଦକ ବିଶ୍ଵନାଥ ବେହେରା ଜଣାଇଛନ୍ତି ।ଆଲୋଚନାରେ ସର୍ବଶ୍ରୀ ପ୍ରଫେସର ପ୍ୟାରିମୋହନ ପଟ୍ଟନାୟକ, ସୁରେନ୍ଦ୍ର ଜେନା, ପୂର୍ଣଚନ୍ଦ୍ର ଭଟ୍ଟ, ବ୍ରହ୍ମାନନ୍ଦ ଦାସ, ମନୋଜ କୁମାର ସାମନ୍ତରାୟ, ଚନ୍ଦ୍ରଶେଖର ମିଶ୍ର,ସନ୍ତୋଷ କୁମାର ମହାନ୍ତି, ଲକ୍ଷ୍ମୀକାନ୍ତ ମିଶ୍ର, ଆଶାଲତା ପ୍ରଧାନ, ବାଇଧର ଜେନା, ବିଜୟ ପରିଡା, ଅଞ୍ଜଳୀ ରଥ, ବିଜୟ କୁମାର ପଣ୍ଡା, ରମେଶ ଚନ୍ଦ୍ର ପଣ୍ଡା, ସୁରେନ୍ଦ୍ର ନାଥ ଦାଶ, ରମେଶଚନ୍ଦ୍ର ବଳିୟାରସିଂହ ଓ ମୋଚିରାମ ତ୍ରିପାଠୀ ଅଂଶଗ୍ରହଣ କରିଥିଲେ ।