ସୁବର୍ଣ୍ଣପୁର: (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ବିନିକା – ରାମପୁର ଥାନା ଅଞ୍ଚଳ ରେ ଏବେ ଲୁଟେରା ଗ୍ୟାଙ୍ଗ ମାତିଛନ୍ତି l ତେବେ ଗତ କାଲି ରାତିରେ ବିନିକା ଥାନା ଅନ୍ତର୍ଗତ ପାପୀ ଗ୍ରାମର ଆନନ୍ଦ ନଗର ଅଧିବାସୀ ଲୁଟେରା ଗ୍ୟାଙ୍ଗ ର 3 ଜଣ ଯୁବକକୁ କାବୁ କରି କ୍ଲବ ଘରେ ରଖିଥିଲେ l ଆଜି ସକାଳୁ କୌଣସି ସୂତ୍ରରୁ ବିନିକା ପୋଲିସ ଖବର ପାଇ ଘଟଣା ସ୍ଥଳକୁ ଯାଇ ଲୁଟେରା ମାନଙ୍କୁ ପୋଲିସ ହେପାଜତରେ ଥାନା କୁ ଆଣିବାକୁ ଚେଷ୍ଟା କରିଥିଲେ l କିନ୍ତୁ ପୋଲିସ ମଧ୍ୟ ଗ୍ରାମବାସିଙ୍କ ଆକ୍ରମଣ ର ଶିକାର ହୋଇଛନ୍ତି l

ଏମିତି କି ପୋଲିସ ଗାଡି ଭଙ୍ଗାରୁଜା କରିବା ସହିତ କେତେକ ପୋଲିସ କର୍ମୀ ମଧ୍ୟ ଆହତ ହୋଇଥିଲେ l ପରେ ପରିସ୍ଥିତି ଅସମ୍ଭାଳ ହେବାରୁ ଏକ ପ୍ଲାଟୁନ ପୋଲିସ ଫୋର୍ସ ଅଣା ଯାଇଥିଲା l ଘଟଣାସ୍ଥଳରେ ସୁବର୍ଣ୍ଣପୁର ଉପଖଣ୍ଡ ଅଧିକାରୀ, ରାମପୁର ପୋଲିସ, ଲଛିପୁର ଥାନା ପୋଲିସ ଷ୍ଟାଫ୍ ପହଂଚି ପରିସ୍ଥିତି କୁ ଗୋଟେ ପ୍ରକାର ନିୟନ୍ତ୍ରଣ କରିଛନ୍ତି l ଉତ୍ୟକ୍ତ ଗ୍ରାମବାସୀ ଙ୍କୁ ଥାନାକୁ ଆଣି ପରିସ୍ଥିତି କୁ ଶାନ୍ତ କରିପାରିଛି ପୋଲିସ l ଅପର ପକ୍ଷରେ ଆଉ କୌଣସି କିଛି ପରିସ୍ଥିତି ସେଠାରେ ନ ଉପୁଜିବା ପାଇଁ ଆହୁରି ପୋଲିସ ଫୋର୍ସ ମୁତୟନ କରାଯାଇଛି l