ହରଭଙ୍ଗା :୧୫/୩ (ଚିତ୍ତରଞ୍ଜନ ସିଂ)ଅଂଚଳରେ ବହୁ ପରିଚିତ ସମାଜ ସେବି ଙ୍କ ସ୍ୱାଭାବିକ ଭାବେ ପାରୋଲୋକ l ଶେଷ ଦର୍ଶନ ରେ ଅଞ୍ଚଳ ର ବହୁ ଲୋକ ଙ୍କ ସମାଗମ l ସୂଚନା ଅନୁଯାଇ ବୌଦ୍ଧ ଜିଲ୍ଲା ର ବରିଷ୍ଠ ସାମ୍ବାଦିକ ହରଭଙ୍ଗା ଗ୍ରାମର ଚିତ୍ତ ରଞ୍ଜନ ସିଂ ଙ୍କ ସାନ ବାପା (କାକା )ଦୁଃଖିଶ୍ୟାମ ସିଂ (୯୦ )ବର୍ଷ ରେ ଆଜି ହରଭଙ୍ଗା ନିଜ ବାସ ଭବନରେ ପରଲୋକ ହୋଇଛନ୍ତି l

ସେ ଜଣେ ଉଚ୍ଚ ଶିକ୍ଷିତ, ସମାଜ ସେବି,ମିଷ୍ଟା ଭାସି, ଜନପୋକାରି, ମେଳାପୀ ସହିତ ହରଭଙ୍ଗା ଗ୍ରାମର ଉନ୍ନୟନ ମୂଳକ କାର୍ଯ୍ୟ କ୍ଷେତ୍ର ରେ ବହୁ ସମୟ ଧରି ସଭାପତି, ସମ୍ପାଦକ କାର୍ଯ୍ୟଭlର ତୁଲାଇ ଆସୁଥିଲେ ଥିଲେ l ଆଜି ତାଙ୍କ ପରଲୋକ ରେ ଅଞ୍ଚଳ ର ବହୁ ମାନ୍ୟ ଗନ୍ୟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ l ଶ୍ରୀମାନ ସିଂ ଙ୍କ ଦୁଇ ପୁତ୍ର ଅଭିମନ୍ୟୁ ସିଂ ଓ ଅନିଲ ସିଂ ପୁତ୍ର ବଧୂ,ନାତି ନାତୁଣୀ, ସପରିବାର ତାଙ୍କ ପରଲୋକ ସମୟରେ ଉପସ୍ଥିତ ଥିବା ବେଳେ ନିଜ ଗାଁ ମଶାଣିରେ ବଡ଼ ପୁତ୍ର ଅଭିମନ୍ୟୁ ସିଂ ମୁଖାଗ୍ନି ଦେଇ ଶେଷ କୃତ୍ୟ ସମାପନ କରିଥିଲେ l ଶ୍ରୀ ସିଂ ଙ୍କ ପରଲୋକ ରେ ଅଂଚଳ ରେ ଶୋକର ଛାୟା ଖେଳି ଯାଇଥିବା ଦେଖିବାକୁ ମିଳିଥିଲା l