ହରଭଙ୍ଗା ( ଚିତ୍ତ ରଞ୍ଜନ ସିଂ ) ହରଭଙ୍ଗା ବ୍ଲକ ପୁରୁଣା କଟକ ଠାରେ ପ୍ରଜାପତି ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ପୁରୁଣାକଟକ ଶାଖା ପକ୍ଷରୁ ମହା ଆଡ଼ମ୍ବର ସହ ଶିବ ଜୟନ୍ତୀ ବା ମହାନ ଶିବ ରାତ୍ରି ଅନୁଷ୍ଠାନ ର ଭାଇ ଭଉଣୀ ଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ଶାନ୍ତି ପାର୍ଥନା ସହ ବ୍ରହ୍ମା କୁମାରୀ ପତାକା କୁ ସାମୁହିକ ଭାବେ ଉତୋଳନ କରାଯାଇଥିଲା l

ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଅଶୋକ ସେଠି, ସଂମ୍ମାନିତ ଅତିଥି ଭାବେ ସାମ୍ବାଦିକ ଭାଗବତ ମେହେର ଓ ଅନ୍ୟତମ ଅତିଥି ଭାବେ ବିଭୁଦତ୍ତ ବୋଷ ଓ କୁମୁଦ ଚନ୍ଦ୍ର ସାହୁ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ ସହ ନିଜର ମତ ରଖିଥିଲେ l

ପରେ ଶାଖା ର ମୁଖ୍ୟ ବ୍ରହ୍ମା କୁମାରୀ ଭଉଣୀ ବି କେ ଟୁନି ଙ୍କ ଦ୍ୱାରା ଜୀବନ ଚକ୍ର ର ଶାନ୍ତି କଣ ସେ ଉପରେ ଉତ୍ତମ ପରାମର୍ଶ ଦେଇଥିଲେ l ଅନୁଷ୍ଠାନ ଭଉଣୀ ବି କେ ଶିବାନୀ, ବି କେ ପ୍ରସାଦ, ବିକେ ଏକାଦଶୀ ଙ୍କ ସମେତ ସମସ୍ତ ଭାଇ ଭଉଣୀ ମାନେ ଉପସ୍ଥିତ ଥିଲେ l