ମୁନିଗୁଡା :  (ରମାକାନ୍ତ ପୋଡାଲ )ରାୟଗଡ଼ ଜିଲ୍ଲା ଅମ୍ବାଦଳା ପ୍ରେସ ୟୁନିୟନ ପକ୍ଷରୁ ୨୦୨୪ ବାର୍ଷିକ ଉତ୍ସବ ଧୁମ ଧାମରେ ପାଳନ ହୋଇ ଯାଇଛି। ପ୍ରଥମେ ଅତିଥି ମାନଙ୍କ ଦ୍ଵାରା ଦୀପ ପ୍ରଜ୍ବଳନ କରାଯାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଥିଲା। ଦୀପ ପ୍ରଜ୍ବଳନ ପରେ ଦିବଙ୍ଗତ ସାମ୍ବାଦିକ ମାନଙ୍କ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା।

ଏହି କାର୍ଯ୍ୟକ୍ରମକୁ ପ୍ରେସ ୟୁନିୟନର ସଭାପତି ରଞ୍ଜନ ସ୍ବାଇଁ ପରିଚାଳନା କରି ଅତିଥି ପରିଚୟ ସହ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅମ୍ବାଦଳା ଉପ ସ୍ଵାସ୍ଥ୍ୟକେନ୍ଦ୍ରର ଡାକ୍ତର ବି. ଚନ୍ଦ୍ରଶେଖର ଉପସ୍ଥିତ ରହିଥିଲେ ।ମୁଖ୍ୟ ବକ୍ତା ଭାବେ ପରିବେଶବିତ ତଥା ସମାଜସେବୀ ଗୌରାଙ୍ଗ ଚରଣ ରାଉତ ଯୋଗ ଦେଇ ସମାଜରେ ସାମ୍ବାଦିକଙ୍କ ଦାୟିତ୍ବ ବିଷୟରେ ଆଲୋଚନା କରିଥିଲେ।ସମ୍ମାନିତ ଅତିଥି ଭାବେ ସାମନ୍ତ ମହା ବିଦ୍ୟାଳୟର ଅଧ୍ୟକ୍ଷ କବିରାଜ ପ୍ରଧାନ, ଅମ୍ବାଦଳା ଭୈରବ ମନ୍ଦିର ପୂଜାରୀ ରାମକୃଷ୍ଟ ପ୍ରଧନୀ, ଅବସର ପ୍ରାପ୍ତ ଶିକ୍ଷକ ବିହାରୀ, କିଶୋର ଚନ୍ଦ୍ର ପାଢ଼ୀ, ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ବାଦଲ କୁମାର ତା ଯୋଗଦେଇଥିଲେ।କାର୍ଯ୍ୟକ୍ରମରେ ରାୟଗଡ଼ା, ବିଷମ କଟକ, ଚନ୍ଦ୍ରପୁର, ମୁନିଗୁଡା ଅଞ୍ଚଳରୁ ବହୁ ବରିଷ୍ଠ ଓ ବିଶିଷ୍ଟ ସାମ୍ବାଦିକ ମାନେ ଯୋଗ ଦେଇଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ତଥା ଅବସର ପ୍ରାପ୍ତ ସ୍ଵାସ୍ଥ୍ୟ କର୍ମୀ ବରିଷ୍ଠ ନାଗରିକ ଓ ଅବସର ପ୍ରାପ୍ତ ଶିକ୍ଷକ ଆସା କର୍ମୀ, ଅଙ୍ଗନ୍ ବାଡ଼ି କର୍ମୀଙ୍କ ସମେତ ବିଭିନ୍ନ ବ୍ଲକରୁ ଆସିଥିବା ସାମ୍ବାଦିକ ମାନଙ୍କୁ ପୁଷ୍ପ ଗୁଚ୍ଛ ଦେବା ସହ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରେସ ୟୁନିୟନର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।