ଧର୍ମଗଡ଼ : ୩୧/୮( ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିସରରେ ଏନଏସି ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇ ଯାଇଛି। କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବରେ ନଗରପାଳ ଅଶୋକ ମହାନ୍ତି, ଉପାଧ୍ୟକ୍ଷା ମନୀଷା ମିଶ୍ର, ସମାଜସେବୀ ବିଷ୍ଣୁ ପ୍ରସାଦ ଅଗ୍ରୱାଲ,କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶମ୍ବର ମିଶ୍ର, ପ୍ରମୁଖ ମଞ୍ଚାସିନ ହୋଇଥିଲେ।

ଏହି ଅବସରରେ ଉଦଘାଟନୀ ଉତ୍ସବ ରେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ସ୍ୱାୟତ୍ତ ଶାସନ ଦିବସ ର ଲୋକାର୍ପଣ କାର୍ଯ୍ୟକ୍ରମ କୁ ଆଭାସୀ ମାଧ୍ୟମରେ ସିଧାପ୍ରସାରଣ ଦେଖିଲେ ଧର୍ମଗଡ ବିଧାୟକ ସମେତ ଏନଏସି ର ସମସ୍ତ କର୍ମଚାରୀ, ଓ ସାଧାରଣ ଜନତା। ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।

କାର୍ଯ୍ୟକ୍ରମ ରେ କନିଷ୍ଠ ଯନ୍ତ୍ରୀ ଶରତ କୁମାର ସାହୁ, ବରିଷ୍ଠ କିରାଣୀ ରବୀନ୍ଦ୍ର ନାଥ ପରିଡା,ହିସାବ ରକ୍ଷକ ହିମାଂଶୁ ଶେଖର ରଣା,ସ୍ୱଚ୍ଛ ପରିମଳ ଅଧିକାରୀ ଅଭିନନ୍ଦନ ପ୍ରଧାନ, ଆଶିଷ କୁମାର ପଣ୍ଡା, ଯଶୋବନ୍ତ ମହାପାତ୍ର,ପରମେଶ୍ୱର ଚୌହାନ, ମନୋରଞ୍ଜନ ନାଗ,ଜଗଦୀଶ ରେଡ୍ଡୀ, ଦୁଷ୍ମନ୍ତ ଧଙ୍ଗଡାମାଝୀ ସମେତ ସମସ୍ତ କାଉନସିଲର, ସ୍ୱଚ୍ଛ ସାଥି, ଏବଂ ଏନଏସି କର୍ମଚାରୀ ସହଯୋଗ କରିଥିଲେ। ଏହି ଅବସରରେ ଧର୍ମଗଡ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ଥିବା ଭେଣ୍ଡିଙ୍ଗ ଜୋନ ଏବଂ ଏନଏସି ସଭାଗୃହ କୁ ଧର୍ମଗଡ ବିଧାୟକ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମ ରେ ରବୀନ୍ଦ୍ର ନାଥ ପରିଡା ଧନ୍ୟଵାଦ ପ୍ରଦାନ କରି ଥିଲେ.। ସଭା କାର୍ଯ୍ୟ କୁ ବଙ୍କିମ ଚନ୍ଦ୍ର ମୁଣ୍ଡ ଏବଂ ସଞ୍ଜୀବ କୁମାର ମୁଣ୍ଡ ପରିଚାଳନା କରିଥିଲେ।