ନବରଙ୍ଗପୁର : ଲଷ୍ମୀପୂର ବ୍ଲକ ଅନ୍ତର୍ଗତ ଚମ୍ପି ଗ୍ରାମ ପଂଚାୟତ ର ବାସିନ୍ଧା ଶ୍ରୀ ନୃସିଂହ ଚରଣ ଦାଶ ଙ୍କ ହୃଦଘାତ ରେ ଦେହାନ୍ତ ହୋଇଯାଇଛି. ସେ ଜଣେ ମିଷ୍ଟା ଭାସି ଓ ପରଉପକାରୀ ଥିଲେ. ସେ ଲଷ୍ମୀପୂର ବ୍ଲକ ଅନ୍ତର୍ଗତ ଚମ୍ପି ପଂଚାୟତ, ଓଡ଼ିଆପେଣ୍ଠ ପଂଚାୟତ, ତୋୟାପୁଟ ପଂଚାୟତ ରେ କାର୍ଯ୍ୟ କରି ପରେ ଦଶମନ୍ତପୁର ବ୍ଲକ ରେ କାର୍ଯ୍ୟ କରି ବଦଳି ହୋଇଥିଲେ .ନନ୍ଦପୁର ବ୍ଲକ ରେ ବଦଳି ହୋଇ ଅବସର ନେଇଥିଲେ.ସେ କାର୍ଯ୍ୟ କୁ ନିଜ କର୍ମ ଭାବି ଠିକ ରୂପେ ଚଳାଇ ଥିଲେ ଆଜି ପର୍ଯ୍ୟନ୍ତ କୌଣସି ତାଙ୍କ ବିରୁଦ୍ଧରେ ଅଭିଯୋଗ ନଥିଲେ. ଏବଂ ଗ୍ରାମ ରେ ଥିବା ଚୈତନ୍ୟ ମନ୍ଦିର ଭାବରେ ପୂଜାରୀ ଭାବରେ ମଧ୍ୟ ଜଣା ଶୁଣା ଥିଲେ. ନିଜ ହାତରୁ ଖର୍ଚ୍ଚ କରି ଏହି ମନ୍ଦିର ଆଗକୁ ନେଇଥିଲେ.

ସେ ନିଜ ପି ଇ ଓ କାର୍ଯ୍ୟ ର ବୋକାୟା ଟଙ୍କା ପାଇଁ ପ୍ରାୟ ପନ୍ଦର ମାସ ଘୁରି ବୁଲିଲେ . ସେ ନନ୍ଦପୁର ବ୍ଲକ ର କିରାଣୀ ଓ ଜିଲ୍ଲା କିରାଣୀ କୁ ଲଞ୍ଚ ଦେଇ ଦେଇ ରୋଜଗାର ଟଙ୍କା ସବୁ ସାରିଦେଲେ କିନ୍ତୁ କୌଣସି ସୁଫଳ ମିଳିଲା ନାହିଁ. ପରିବାର ଵର୍ଗ କହିବା ଅନୁସାରେ ଆଜିକୁ କିଛି ମାସ ହେଲା ମାନସିକ ଚାପ ରେ ରହୁଥିଲେ.
ସେ ଆଜି ମଧ୍ୟ ସେହି ପେନସନ ଟଙ୍କା ପାଇଁ ନନ୍ଦପୁର ଯାଉଥିଲେ କିନ୍ତୁ ହୃଦଘାତ ରେ ବସି ଥିବା ଅବସ୍ଥା ରେ କୋରାପୁଟ ବସଷ୍ଟାଣ୍ଡ ରେ ଦେହାନ୍ତ ହୋଇଛି. ତାଙ୍କ ତିନି ପୁଅ କହିଛନ୍ତି ଏହି ବିଷୟ ନେଇ ମୁଖ୍ୟମନ୍ତ୍ରୀ ଙ୍କୁ ଅଭିଯୋଗ କରିବେ ନଚେତ ହାଇକୋର୍ଟ ଯାଇ ଆଇନ ର ଆଶ୍ରୟ ନେବେ