କେସିଙ୍ଗା (ପ୍ରୀତେଶ ପଟେଲ)”ମନ କି ବାତ “ପ୍ରୋଗ୍ରାମ ଏକ କାର୍ଯ୍ୟକ୍ରମ ନୂହେଁ , ଲୋକଙ୍କର ବିଶ୍ବାସ ବୋଲି କହିଲେ କଳହାଣ୍ଡି ଜିଲ୍ଲାର ସାଂସଦ ଶ୍ରୀ ମାଳବିକା ଦେବୀ | ଆଜି 125 ତମ “ମନ କି ବାତ ” କାର୍ଯ୍ୟକ୍ରମ କେସିଙ୍ଗା ବ୍ଲକ କନଫୋରେନସ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ଆରମ୍ଭ ଠିକ୍ 11 ସମୟରେ ହୋଇଥିଲା | ପ୍ରଥମେ ତରକା ଖେଳାଳି ଓଡ଼ିଶା ରାଜ୍ୟ ର ଗର୍ବ ରଶ୍ମିତା ସାହୁ ଙ୍କ ସହ ଚର୍ଚା କରି ଥିଲେ ଓ ତରକା କାଶ୍ମୀର ନିବାସୀ ମୋହସିଂହ ଅଳି ଙ୍କୁ କାଶ୍ମୀରର ଡେଲ ଝିଲ୍ ରେ ହୋଇଥିବା ନୌକା ଚାଳନା ପ୍ରତିଯୋଗୀତା ଜିତି ଥିବାରୁ ଅଭିନନ୍ଦନ ଓ ଶୁଭେଛା ଜଣାଇଥିଲେ |

ଆଗାମୀ ଦିନରେ ଗଣେଷ ପୂଜା ସହ ସାରା ଭାରତରେ ପର୍ବ ପର୍ବାଣୀ ର ଦିଵସ ଅଛି,ଏହି ପର୍ବ ପର୍ବାଣୀ ରେ ଭାରତ ବାସୀଙ୍କୁ ଲୋକାଲ ଫର ଭୋକାଲ ର ମନ୍ତ୍ର ସହ ସ୍ଵଦେଶୀ କୁ ଅନୁସରଣ କରିବା ପାଇଁ ପ୍ରଧାନ ମନ୍ତ୍ରୀ ଆହ୍ଵାନ ଦେଇଥିଲେ | ମୌସୁମୀ ବର୍ଷା ରେ ପୀଡିତ ମାନଙ୍କ ପାଇଁ ଦୁଃଖ ପ୍ରକାଶ କରିଥିଲେ ଓ ଆମ ପରିବେଶକୁ କେମିତି ସ୍ଵଚ୍ଛ ରଖିବା ଗୁରୁ ମନ୍ତ୍ର ଦେଇଥିଲେ | ଏହି କାର୍ଯ୍ଯକ୍ରମ କେସିଙ୍ଗା ନଗର ସଭାପତି ପିଙ୍କୁ ପରିଡା ଙ୍କ ନେତୃତ୍ଵରେ ଆୟୋଜନ କରାଯାଇଥିଲା |

ଏହି ଅବସରେ ଉପସ୍ଥିତ ଥିଲେ କଳହାଣ୍ଡି ଜିଲ୍ଲା ର ବିଜେପି ସଭାପତି ଶ୍ରୀ ଯୁଗଳ ପୋଢ଼, ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ପୂର୍ବତନ ସଭାପତି ମଗନ୍ ସିନ୍ଦୁର, ଜିଲ୍ଲା ସମ୍ପାଦକ ସନ୍ତୋଷ ଦାଶ ,ପୁର୍ବତନ ସଭାପତି ପ୍ରଶାନ୍ତ ବାନାର୍ଜୀ, ଉପ ସଭାପତି ପ୍ରୀତେଶ ପଟେଲ , ଛେଲାଉଦ୍ଧବ ସାହା ,ସାଧାରଣ ସମ୍ପାଦକ ଯୁଗଳ କିଶୋର ଦୀପ ସହ କେସିଙ୍ଗା ର ସମସ୍ତ ବିଜେପି କାର୍ଯ୍ୟକର୍ତ୍ତା ମାନେ | ତାପରେ ସାଂସଦ ଶ୍ରୀ ମାଳବିକା ଦେବୀ କେସିଙ୍ଗା ରେଲୱେ ଷ୍ଟେସନ ସମୀକ୍ଷା ପାଇଁ ଯାଇ ରେଲୱେ ଷ୍ଟେସନ ର ଅଧିକାରୀ ଙ୍କ ସହ ଅମୃତ ମହାଉତ୍ସବ ରେ ସାମିଲ କେସିଙ୍ଗା ଷ୍ଟେସନ ର କାର୍ଯ୍ୟ ଓ ପ୍ଲାଟଫର୍ମ ନମ୍ବର 4 ରେ ଟ୍ରେନ ରହଣି ବିଷୟ ରେ ଚର୍ଚା କରିଥିଲେ |