ବେଲଗୁଣ୍ଠା: ୨୩/୦୨ (ସୁଶାନ୍ତ କୁମାର ବେହେରା ) ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ନଅ ନମ୍ବର୍ ୱାର୍ଡ୍ ର ପୂର୍ବତନ କାଉନସିଲର୍ ରମାଦେବୀ ସିଅଙ୍କ ଗତ ରାତ୍ର ୧୨  ଘଣ୍ଟା ୩୦  ମିନଟ୍ ସମୟରେ ଦେହାନ୍ତ ହୋଇଯାଇଛି I ମୃତ୍ୟୁ ବେଳକୁ ତାଙ୍କୁ୫୯  ବର୍ଷ ବୟସ ହୋଇଥିଲା I ସେ ୨୦୧୪  ରୁ ୨୦୧୯ ମସିହା ପର୍ଯ୍ୟନ୍ତ କଂଗ୍ରେସ୍ ଟିକେଟରେ ଲଢ଼ି ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର ନଅ ନମ୍ବର୍ ୱାର୍ଡ୍ ର କାଉନସିଲର୍ ଭାବେ ନିର୍ବାଚିତ ହୋଇ ଜନସାଧାରଣଙ୍କ ପ୍ରିୟ ଭାଜନ ହୋଇପାରିଥିଲେ I

ତାଙ୍କ ମୃତ୍ୟୁ ବେଳକୁ ସ୍ୱାମୀ ରାମଚନ୍ଦ୍ର ସିଅ,ପୁଅ ସତ୍ୟନାରାୟଣ ସିଅ,ମିଥୁନ୍ ସିଅ, ଝିଅ ଜାନକୀ,ଜ୍ୱାଇଁ ଏବଂ ପରିବାର ବନ୍ଧୁବର୍ଗ ଉପସ୍ଥିତ ଥିଲେ I ଆଜି ସକାଳେ ବେଲଗୁଣ୍ଠା ଗ୍ରାମ ଶ୍ମଶାନରେ ରମାଦେବୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ବେଳେ ସାନପୁଅ ମିଥୁନ୍ ମୁଖାଗ୍ନି ଦେଇଥିଲେ I ତାଙ୍କ ମୃତ୍ୟୁ ଖବର ଆଜି ପ୍ରଚାର ହେବାପରେ ବେଲଗୁଣ୍ଠାରେ ଶୋକର ଛାୟା ଖେଳିଯିବା ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଆସି ତାଙ୍କର ଅନ୍ତିମ ଦର୍ଶନ କରିଥିଲେ I