କେସିଙ୍ଗା : (ପ୍ରୀତୀଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ଆଦର୍ଶ ଥାନା ପୋଲିସ କୁ ବଡ଼ ସଫଳତା ମିଳିଛି ।ଗତକାଲି ଏକ ୬୦୯ ଗାଡ଼ିରେ ଚାଲାଣ ହେଉଥିବା ବିଭିନ୍ନ ବ୍ରାଣ୍ଡ ର ପ୍ରାୟ ୨୦୦ ପେଟି (୧୬୦୦ ଲିଟର ) ବିଦେଶୀ ମଦ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ଥିବା ୪ ଜଣ ଅଭିଯୁକ୍ତ ଙ୍କୁ ଧରିବାରେ ସଫଳ ହୋଇଛି ।ପୋଲିସ ର ସୂଚନା ଅନୁଯାୟୀ ସୋନପୁର ବିଦେଶୀ ମଦ ଡିପୋ ରୁ OR17G 3978 ନମ୍ୱର୍ ୬୦୯ ଗାଡ଼ିରେ ମାଲ ବୋଝେଇ ହୋଇ ନୂଆପଡ଼ା ଜିଲ୍ଲା ପଟେ ଯିବାର ଅନୁମତି ପତ୍ର ଥିଲେ ମଧ୍ୟ ତାହା କଳାହାଣ୍ଡି ଜିଲ୍ଲା ଭିତରକୁ ଚାଲିଆସି ଥିଲା।

କୌଣସି ସୂତ୍ରରୁ ଖବର ପାଇ ସକାଳ ୧୦ ଘଣ୍ଟା ସମୟରେ କେସିଙ୍ଗା ପୋଲିସ ପକ୍ଷରୁ ରୁପ୍ରା ଓ କେସିଙ୍ଗା ମଝି ପରଲସିଙ୍ଗା ପାଖରେ ଗାଡ଼ି ଅଟକାଇ ଯାଞ୍ଚ କରିବାରୁ ଗାଡ଼ି ଭିତରେ ଅନେକ ବ୍ରାଣ୍ଡ ର ବିଦେଶୀ ମଦ ଥିବାର ଦେଖିଥିଲେ ।ଏଠାରେ ପ୍ରଶ୍ନ ଉଠୁଛି ଯଦି ଗାଡ଼ି ନୂଆପଡ଼ା ଜିଲ୍ଲା ଯିବାର ଥିଲା ତାହାହେଲେ ଗାଡ଼ି କଳାହାଣ୍ଡି ଜିଲ୍ଲା କେମିତି ଆସିଲା? କେସିଙ୍ଗା ପୋଲିସ ପକ୍ଷ ରୁ ଗାଡ଼ିରେ ଥିବା ସମସ୍ତ ୪ ଜଣ ବ୍ୟକ୍ତି ଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଜବତ କରାଯାଇଥିବା ମଦ ଖରୀଆର ଅଞ୍ଚଳ ର ବିକାଶ ଅଗ୍ରୱାଲ ଙ୍କର ବୋଲି ଜଣାପଡିଛି ।

ଏଠାରେ ପ୍ରଶ୍ନ ଉଠୁଛି ଜେ ଗାଡ଼ି ଟି ଭୁଲ ବଶତଃ କଳାହାଣ୍ଡି ପଟକୁ ଆସିଥିଲା ନା ଜାଣି ଶୁଣି ଏହାକୁ କଳାହାଣ୍ଡି କୁ ଅଣାଯାଇଥିଲା ,କାରଣ ଯଦି ଗାଡ଼ି ଟି ସୋନପୁର ପଟୁ ଆସିଲା ତାହେଲେ ଗାଡ଼ି ଟି ରୁପ୍ରା ପଟେ ଗଲା କେମିତି ,ଯଦି ଭୁଲ ବଶତଃ କଳାହାଣ୍ଡି ପଟକୁ ପଶି ଆସିଥିଲା ତେବେ ତାହା ଜାତୀୟ ରାଜପଥ ରେ ହିଁ ଧରା ପଡ଼ିବା କଥା ,ରପ୍ରା ଅଞ୍ଚଳ ପଟେ କେଉଁ ପରିସ୍ଥିତି ରେ କେମିତି ଗଲା ? ଯାହା ବି ହେଉ ପୋଲିସ ର ତଦନ୍ତ ହିଁ କହି ପାରିବ ଏହା ଚୋରା ଚାଲାଣ ହେଉଥିଲା ନା ଭୁଲ ବଶତଃ ଆସିଥିଲା ।