ହରଭଙ୍ଗା :20/2( ଚିତ୍ତରଞ୍ଜନ ସିଂହ) ଚଳିତ ବର୍ଷ ଆରମ୍ଭ ହୋଇଯାଇଛି ଦଶମ ପରୀକ୍ଷା l ସେନେଇ ବୌଦ୍ଧ ଜିଲ୍ଲା ର ହରଭଙ୍ଗା ବ୍ଲକର ମୋଟ 9ଟି କେନ୍ଦ୍ର ରେ 1821ଜଣ ଛାତ୍ର ଛାତ୍ରୀ ପ୍ରଥମ ଦିନର ମାତୃଭାଷା ବିଷୟ ରେ ପରୀକ୍ଷା ଦେଇସାରିଛନ୍ତି l ଏନେଇ ପ୍ରତ୍ୟକ କେନ୍ଦ୍ର ରେ ସଠିକ ଭାବରେ ପରୀକ୍ଷା ପରିଚାଳନା ହୋଇଥିବା ବେଳେ ଏଥିପାଇଁ 9ଟି କେନ୍ଦ୍ର ରେ ମୋଟ 80ଜଣ ରୁ ଉର୍ଦ୍ଧ ଜଣ ପରୀକ୍ଷକ ପରୀକ୍ଷା ପରିଚାଳନା ଦାୟିତ୍ୱ ନେଇଥିଲେ l

ପରୀକ୍ଷା କେନ୍ଦ୍ର ର ଶାନ୍ତି ଶୃଙ୍ଖଳା ସୁରକ୍ଷା ପାଇଁ ପୋଲିସ ମୃତ୍ୟୟନ କରାଯାଇଥିଲା ସହ ପୁରୁଣାକଟକ ହାଇସ୍କୁଲ, ବଡ଼ବନ୍ଧ, ହରେକୃଷ୍ଣପୁର ଆଦି ପରୀକ୍ଷା କେନ୍ଦ୍ର ଗୁଡିକ ରେ ବୌଦ୍ଧ ଜିଲ୍ଲା ଶିକ୍ଷା ଅଧିକାରୀ ଗେଂଦ୍ରା କୁଜୁର, ହରଭଙ୍ଗା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଜୟ ଲୁହା ପ୍ରମୁଖ ପରିଦର୍ଶନ କରିଥିଲେ l ବ୍ଲକର ମୋଟ 1869ଜଣ ପରୀକ୍ଷାର୍ଥୀ ମଧ୍ୟରୁ 48ଜଣ ଛାତ୍ରଛାତ୍ରୀ ପ୍ରଥମ ଦିନ ର ପରୀକ୍ଷାକେନ୍ଦ୍ର ରେ ଅନୁପସ୍ଥିତ ଥିବା ନେଇ ହରଭଙ୍ଗା ବିଇଓ ସୂଚନା ଦେଇଛନ୍ତି l