କେସିଙ୍ଗା:୧୫/୦୯(ପ୍ରୀତେଶ ପଟେଲ)ଆଜି ହେଉଛି ରାଷ୍ଟୀୟ ହିନ୍ଦୀ ଦିଵସ ଏହି ଅବସରରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କେସିଙ୍ଗାପରିସରରେ
ରାଷ୍ଟ୍ରୀୟ ହିନ୍ଦି ଦିବସ -୨୦୨୫ ପାଳିତ ହୋଇଯାଇଛି। ଏହି ସମାରୋହରେ ହିନ୍ଦି ଶିକ୍ଷକ ଶ୍ରୀ କହ୍ନେଇଲାଲ୍ ସାହୁ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ। ଶ୍ରୀ ବେହେରା ହିନ୍ଦି ଭାଷାକୁ ଭଲ ପାଇବା ସହ ନିଜ ଦୈନନ୍ଦିନ ଜୀବନରେ ବ୍ୟବହାର କରିବା ନିମନ୍ତେ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ ।

ହିନ୍ଦୀ ଭାଷା ର ମହତ୍ତ୍ଵ ବିଷୟ ରେ ବର୍ଣ୍ଣନା କରିଥିଲେ |ଏହି ଅବସରରେ ଆୟୋଜିତ ହୋଇଥିବା ପ୍ରତିଯୋଗିତା ମଧ୍ୟ ରେ କାହାଣୀ ଲିଖନ, ସାଧାରଣ ଜ୍ଞାନ , ଚିତ୍ରକଳା ଓ ଗୀତ ପ୍ରତିଯୋଗିତାର ସଫଳ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଦୁଇ ଛାତ୍ରୀ ଓମିନା ମହାନନ୍ଦ ଓ ସୋନାକ୍ଷୀ ଠାକୁର ସଂଯୋଜନା କରିଥିଲେ ।