ହରଭଙ୍ଗା :(ଚିତ୍ତରଞ୍ଜନ ସିଂ ):ସାରା ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା କିଟ କିମ୍ସ ର ଏକ ଶାଖା ବୌଦ୍ଧ ଜିଲ୍ଲା ବାସୀଙ୍କୁ ସେବା ଯୋଗାଇବା l ଜିଲ୍ଲା ର ହରଭଙ୍ଗା ବ୍ଲକ ଲୁଣିବାହାଲ ଠାରେ 2019ମସିହା ଠାରୁ ତିଆରି ଆରମ୍ଭ କରାଯାଇଥିବା କିମ୍ସ ର ଏକ ଅତ୍ୟାଧୁନିକ ସ୍କୁଲ ଆଜି ଅନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି l ଏହି ଉଦ୍ଘାଟନୀ ଉତ୍ସବ ରେ କିଟ କିମ୍ସ ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ଼.ଅଚ୍ୟୁତ କୁମାର ସାମନ୍ତ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥିଭାବେ ଓଡିଶା ସରକାରଙ୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ସମ୍ମାନିତ ଅତିଥିଭାବେ କଣ୍ଟlମାଳ ବିଧାୟକ ମହୀଧର ରଣା, ଜିଲ୍ଲା ପରିଷଦ ଅଧକ୍ଷା ପ୍ରଭାସିନୀ ଦାସ, ଜିଲ୍ଲା ପାଳ ଜେ. ସୋନାଲ, ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ଉପସ୍ଥିତ ରହି ଥିଲେ l

ନିମନ୍ତ୍ରିତ ଅତିଥି ଙ୍କ କର କମଳରେ କିମ୍ସ ସ୍କୁଲ ଉଦ୍ଘାଟନ ସହିତ ଉକ୍ତ ପରିସରରେ ହେବାକୁ ଥିବା କିଟ ର 100ଶଯ୍ୟା ବିଶିଷ୍ଟ ଶୀତ ତାପ ନିୟନ୍ତ୍ରକ ଡାକ୍ତରଖାନା ର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା l ସେହିଭଳି 100ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଓଡିଶା ରାଜ୍ୟରେ 16ଗୋଟି କିଟ ର ଡାକ୍ତରଖାନା କାର୍ଯ୍ୟ ଚାଲୁ ରହିଥିବା ଓ କିଟ କିସ ସବୁ ବେଳେ ଶିକ୍ଷା ଓ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ରହି ଜନସାଧାରଣ ଙ୍କ ସେବା ରେ ନିଜକୁ ନିୟୋଜିତ କରୁଥିବା ର ମତ ରଖିଥିଲେ କିଟ କିମ୍ସ ର ପ୍ରତିଷ୍ଠାତା ଶ୍ରୀ ସାମନ୍ତ l ଉକ୍ତ ଲୁଣିବାହାଲ ଠାରେ ଆଜି ଶୁଭ ଉଦଘାଟିତ ହୋଇଥିବା ସ୍କୁଲ ରେ ସବୁ ବର୍ଗର ଦରିଦ୍ର ସୀମାରେଖା ତଳେ ଥିବା ଛାତ୍ର ଛାତ୍ରୀ ନିଃଶୁଳ୍କ ରେ ଶିକ୍ଷା ଲାଭ କରି ପାରିବେ ଓ ବର୍ତମାନ ପ୍ରଥମ ରୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପାଠ ପଢି ପାରିବେ ଓ ଆଗକୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଉକ୍ତ ବିଦ୍ୟାଳୟ ପାଠ ପଢ଼ାଯିବାର ବ୍ୟବସ୍ଥା ରହିଥିବା କହିଛନ୍ତି ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ l