ଧର୍ମଗଡ଼ :୬/୯(ହେମନ୍ତ କୁମାର ମାଝୀ) ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଥନଟ ଗ୍ରାମରେ ନବାନ୍ନ ଭକ୍ଷଣ ପରେ ସନ୍ଧ୍ୟାରେ ଶ୍ରୀ ରାଧାକୃଷ୍ଣ ସାଂସ୍କୃତିକ ଅନୁଷ୍ଠାନ,ଥନଟ ଦ୍ୱାରା ନୂଆଖାଇ ଭେଟ୍ ଘାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଥନଟ ଗୌନ୍ତିଆ ଶ୍ରୀଯୁକ୍ତ ସୁରେନ୍ଦ୍ର ନାଏକ,ସମ୍ମାନିତ ଅତିଥି ଭାବରେ ଗଡିଆଯୋର ଗ୍ରାମ ପଞ୍ଚାୟତ, ସରପଞ୍ଚ ଶ୍ରୀଯୁକ୍ତ ଉଦିତ କୁମାର ନାଏକ,ବ୍ରାହ୍ମଣ ଛେଣ୍ଡିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ମନୋଜ କୁମାର ନାଏକ ସମେତ କେବଡି,କୁଟୁରୁ,କୁଟୁରୁ ବନ୍ଧପଡା,ଗୋଡ଼ଭଞ୍ଜ,ଘୋଟିଆ,ଗଡିଆ ଯୋର ଗ୍ରାମରୁ ଆସିଥିବା ପ୍ରମୁଖ ବ୍ୟକ୍ତି ମଞ୍ଚାସୀନ ହୋଇଥିଲେ।

କାର୍ଯ୍ୟକ୍ରମରେ ଭଉଣୀ ଯଶୋଦା ନାଏକ ଓ ଶାନ୍ତି ନାଏକ ସ୍ୱାଗତ ସଂଗୀତ ଗାନ କରିଥିବାବେଳେ ସ୍ଥାନୀୟ ଚିଲିଚିଲା ଗ୍ରାମର ଘୁମୁରା ଗାୟକ ଶ୍ରୀ ବିକ୍ରମ ଗୋପାଳ,ନାଏକ ବଂଶର ନୂଆଖାଇ ଉପରେ ଆଧାରିତ ଏକ ଗୀତ ଗାନ କରି ଦର୍ଶକମାନଙ୍କ ମନକୁ ଆକର୍ଷଣ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ନୂଆଖାଇ ଭାଇଚାରାର ସମ୍ପର୍କକୁ ସୁଦୃଢ କରିଥାଏ ବୋଲି ଅଭିଭାଷଣ ପ୍ରଦାନ କରିଥିଲେ।ନୂଆଖାଇ ଭେଟ୍ ଘାଟ୍ ଉପଲକ୍ଷେ ବାଳକ, ବାଳିକା,ମହିଳା ଏବଂ ପୁରୁଷ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା ଏବଂ କୃତି ପ୍ରତିଯୋଗୀମାନଙ୍କୁ ମଞ୍ଚାସୀନ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା।

ଶେଷରେ ଜୟପାଟଣା ବ୍ଲକ ଅନ୍ତର୍ଗତ ମା ଡୋକ୍ରୀ କଳା ପରିଷଦ, ରଜାମୁଣ୍ଡା ଗ୍ରାମର ଘୁମରା ଦଳ ତାଙ୍କର ନୃତ୍ୟ ପରିବେଷଣ କରି ଦର୍ଶକମାନଙ୍କୁ ମନୋରଞ୍ଜନ କରିଥିଲେ।ମଞ୍ଚ ପରିଚାଳନା ଶ୍ରୀ ମନୋଜ କୁମାର ନାଏକ ଓ ଲୋଭା ଚନ୍ଦ୍ର ନାଏକ କରିଥିଲେ।କାର୍ଯ୍ୟକ୍ରମରେ ଗ୍ରାମର ଶ୍ରୀ ଗୋବିନ୍ଦ ନାଏକ,ଶ୍ରୀ ଅଶ୍ୱିନ ନାଏକ,ଶ୍ରୀ ଦେବେନ୍ଦ୍ରନାଥ ନାଏକ,ଶ୍ରୀ ଲୋକେଶ୍ୱର ନାଏକ,ଶ୍ରୀ ଗଙ୍ଗାଧର ନାଏକ,ଶ୍ରୀ ସତ୍ୟବାନ ନାଏକ,କୃଷ୍ଣ ମାଳି,ଭୁଜ ନାଏକ,ଗଗନ ନାଏକ,ଅଭୟ ନାଏକ,କୁରୁକ୍ଷେତ୍ର ମଶ୍ରା,ନୁରୁ ମଶ୍ରା,ସୁଦର୍ଶନ ରଣା ସମେତ ଶ୍ରୀ ରାଧାକୃଷ୍ଣ ସାଂସ୍କୃତିକ ଅନୁଷ୍ଠାନର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ।