ଧର୍ମଗଡ଼ :  ( ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରେ ନୂତନ ଭାବେ ନିର୍ମିତ ଏମ ସି ଏଚ ଗୃହ ପ୍ରାୟ ୬ କୋଟି ଟଙ୍କା ବ୍ୟୟରେ ଅଟକଳ ଏଵଂ ୪ କୋଟି ରୁ ଉର୍ଦ୍ଧ ବ୍ୟୟ ଧର୍ମଗଡ଼ ହସ୍ପିଟାଲ ର ରୂପାନ୍ତରିତ। ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକ ୫ ଟି ଉପକ୍ରମରେ ଆମ୍ ହସ୍ପିଟାଲ ଯୋଜନା ଅଧିନରେ ୧୫ ଜିଲ୍ଲା ରେ ୭୩ ଟି ସରକାରୀ ଡାକ୍ତରଖାନା ର ରୂପାନ୍ତରଣ ଆଭାସୀ ଜରିଆରେ ଲୋକାର୍ପିତ କରିଛନ୍ତି।

ଏହି ପରୀକ୍ଷିରେ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ମଧ୍ୟ ରୂପାନ୍ତରଣ କରାଯାଇଛି।ପ୍ରାୟ ୬ କୋଟି ବ୍ୟୟ ଅଟକଳରେ ନୂତନ ଭାବେ ନିର୍ମିତ ଏମ୍ ସି ଏଚ ଗୃହ ଏଵଂ ୪ କୋଟି ରୁ ଉର୍ଦ୍ଧ ବ୍ୟୟ ରେ ହସ୍ପିଟାଲ ରୂପାନ୍ତରଣ କରାଯାଇଛି। ଆଜି ୫ ଟି ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିୟନ ଙ୍କ ଉପସ୍ଥିତି ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକ ଆଭାସୀ ଜରିଆରେ ଲୋକାର୍ପିତ କରିଛନ୍ତି।

ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଧର୍ମଗଡ଼ ଵିଧାୟକ ମୈଷଧୀ ଵାଗ, ଵ୍ଳକ ଅଧ୍ୟକ୍ଷ ଵଵିତା ପାଟ୍ଟଯୋଷୀ, ଉପଧ୍ୟକ୍ଷା ଜୁଲି ମେହେର, ଏନ୍ ଏ ସି ଅଧ୍ୟକ୍ଷ ଅଶୋକ ମହାନ୍ତି, ଉପଧ୍ୟକ୍ଷା ମନିଷା ମିଶ୍ର, ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା, ଵିଡିଓ ଡ଼ା, ହିମାଞ୍ଚଲ ଊ, ତହସିଲଦାର ସଂଜୟ କୁମାର ସାମନ୍ତରାୟ,ଓ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ସଦାନନ୍ଦ ପାଣିଗ୍ରାହୀ, ଏନ୍ ଏ,ସି ନିର୍ବାହୀ ଅଧିକାରୀ ଜୟସେନ ଧାରୁଆ,ସହ ଜିଲ୍ଲାପାଳ ଧରଣୀଧର ଵେହେରା ସରକାରୀ ନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ଶଵର ଡାକ୍ତରଖାନା ମ୍ୟାନେଜର ସୁରେଶ୍ଵର ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଡାଇଲିସିସ ସେଣ୍ଟର କାର୍ଯ୍ୟକ୍ଷମ ହୋଇଛି।ପିପି ମୋଡ଼ ରେ କାର୍ଯ୍ୟକ୍ଷମ ହୋଇଥିବା ଏହି ଡାଇଲିସିସ ସେଣ୍ଟର ରେ ରୋଗୀ ସେବା ପାଇଁ ୪ ଟି ଵେଡ ଉପଲବ୍ଧି ରହିଛି ।