କଳାହାଣ୍ଡି : ( ଅର୍ଜୁନ ପଟ୍ଟନାୟକ )ଜିଲ୍ଲା ର ଏକ ଅଗ୍ରଣୀ ଅନୁଷ୍ଠାନ କଳାହାଣ୍ଡି କଳାକାର ସଂଘର ଦ୍ୱିତୀୟ ମହଲା କୋଠାର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏ ଉପଲକ୍ଷେ କଳାହାଣ୍ଡି କଳାକାର ସଂଘ କାର୍ଯ୍ୟାଳୟ ଠାରେ ଏକ ସ୍ଵତନ୍ତ୍ର ଉତ୍ସବରେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ କୁମାର ଯୋଗଦେଇ ନବ ନିର୍ମିତ ଗୃହର ଉଦଘାଟନ କରିଥିଲେ l ମାନ୍ୟବର ଶ୍ରୀ ସୁଜିତ କୁମାରଙ୍କ ସାଂସଦ ପାଣ୍ଠିରୁ କଳାକାର ସଂଘ ର ନୂତନ ଗୃହ ନିର୍ମାଣ କରିବା ପାଇଁ ଅନୁଦାନ ପ୍ରଦାନ କରିଥିଲେ l

ଏ ଉପଲକ୍ଷେ ଆୟୋଜିତ ସଭାରେ ବିଶିଷ୍ଟ କଳାକାର ତଥା କଳାକାର ସଂଘର ସଭାପତି ଅବଦୁଲ କାଦିର ଅଧ୍ୟକ୍ଷତା କରିଥିବା ବେଳେ ଯୁଗ୍ମ ସମ୍ପାଦକ ଉମାକାନ୍ତ ବାଗସଭାକାର୍ଯ୍ୟ ପରିଚାଳନା କରିଥିଲେ l ନିଜ ବକ୍ତବ୍ଯ ମାଧ୍ୟମରେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ କୁମାର ସମଗ୍ର ରାଜ୍ୟ ତଥା କଳାହାଣ୍ଡି ର ସମସ୍ତ କଳାକାରଙ୍କ ଉନ୍ନତି ପାଇଁ ସରକାର ଙ୍କ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ l ଏହି ସଭାରେ କୋଷାଧକ୍ଷ ରଂଜିତ ସିଂ, ବରିଷ୍ଠ କଳାକାର ଶ୍ରୀ ପ୍ରଭାସ ମିଶ୍ର , ଶ୍ରୀ ଭୀମସେନ ସାହୁ, ଉମେଶ ଶତପଥି, ମନୋଜ ଶର୍ମା, ନିମାଇଁ ପାଣି, ଦେବରାଜ ଛାତ୍ରିଆ, ଜୟଶଙ୍କର ପଣ୍ଡା, ସଂଗ୍ରାମ ହୋତା, ସଂଗ୍ରାମ ସରାଫ, ଉପାସନା ତ୍ରିପାଠୀ, ଶର୍ମିଷ୍ଠା ନାୟକ, ବିଭୁ ପଣ୍ଡା, ହିତେଶ ଭୋଇ ଙ୍କ ସମେତ ସମସ୍ତ କଳାକାର ଉପସ୍ଥିତ ଥିଲେ l

ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ କଳାକାର ପେନସନ ସହାୟତା ଯୋଜନାରେ କଳାକାର ସହାୟତା ରାଶିକୁ ୧୨୦୦  ରୁ ୨୦୦୦ ଓ୮୦ ବର୍ଷରୁ ଅଧିକ ଆୟୁ ବ୍ୟକ୍ତିଙ୍କୁ ୨୫୦୦ /- ଟଙ୍କା କରିଥିବାରୁ ପେନସନ ଭୋଗୀ ମହାସଂଘ ସଭାପତି ପ୍ରଦୀପ ଡ଼ି.ମାଝୀ,ଲଳିତ ପଣ୍ଡା – କୋଷାଧକ୍ଷ,କାଁହୁ ଗୌଡ଼ – ଯୁଗ୍ମ ସମ୍ପାଦକ,ସୁରେଶ ଥାନାପତି, ଆର୍ତ୍ତ ସାହୁ,କରୁଣାକର ଗୌଡ଼,ବାଲୁଲାଲ ଶର୍ମା ଏବଂ ସମସ୍ତ ପେନସନ ଭୋଗୀ କଳାକାର ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଶେଷରେ ଯୁଗ୍ମ ସମ୍ପାଦକ ଉମାକାନ୍ତ ବାଗ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ ରେ କଳାକାର ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମହିଳା ଯୋଗ ଦେଇଥିଲେ।