ଧର୍ମଗଡ଼  (ହେମନ୍ତ କୁମାର ମାଝୀ)ଗୋଲାମୁଣ୍ଡା ବ୍ଲକ ଡୋକରି ପଡା ଠାରେପିକଅପ ଓଲଟି ୫ମୃତ ଓ ୪୫ ଶ୍ରମିକ ଗୁରୁତର l ଜୁନାଗଡ଼ ଥାନା ଆଁଟିଗାଁ ର ଶ୍ରମିକ ମାନେ ଗୋଲାମୁଣ୍ଡା ଥାନା ବୋରଗୁଡା କୁ ଧାନ ରୋଇବା ପାଇଁ ଯାଇଥିଲେ ସେଠୁ କାମ ସାରି ଫେରିବା ସମୟରେ ଡକରୀପଡା ନିକଟରେ ପିକଅପ ଭାରସାମ୍ୟ ହରାଇ ଓଲଟି ପଡିଥିଲା l

ଗୁରୁତର ଶ୍ରମିକ ମାନଙ୍କୁ ଧର୍ମଗଡ ଏବଂ ଭବାନୀପାଟଣା ହସ୍ପିଟାଲରେ ଭର୍ତି କରାଯାଇଛି ତେବେ ଖବର ସଂଗ୍ରହ ହେବା ପର୍ଯ୍ୟନ୍ତ ୫ ଶ୍ରମିକ  ମୃତ ହୋଇଥିବା ବେଳେ ୨୫ ଶ୍ରମିକ ଙ୍କୁ ଗୁରୁତର ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇ ଥିବା ବେଳେ ଅନ୍ୟ ଆହତ ମାନେ ଧର୍ମଗଡ଼ ଓ ଜୁନାଗଡ଼ ଡାକ୍ତର ଖାନା ରେ ଚିକିତ୍ସିତ ହେଉ ଥିବା ସୂଚନା ।