ବୌଦ୍ଧ ( ଚିତ୍ତରଞ୍ଜନ ସିଂହ ) ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଆୟୋଜିତ ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ଙ୍କ ପୂର୍ଣ୍ୟତିଥି କୁ” ବଳିଦାନ” ଦିବସ ଭାବେ ଜିଲ୍ଲା ଓ ମଣ୍ଡଳ , ଶକ୍ତିକେନ୍ଦ୍ର ସ୍ତରରେ ମହ।ସମାରୋହର ପାଳିତ କରାଯାଇଥିଲା ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ଙ୍କ ଜୀବନୀ , ଏକାତ୍ମ ମାନବ ଦର୍ଶନ
ସମଗ୍ର ଭାରତୀୟ ଦର୍ଶନ ର ସମ୍ମିଳିତ ରୂପ । ଆଜି ସେ ମହାନ୍ ପୁରୁଷ ଙ୍କ ଫୋଟୋ ଚିତ୍ର ରେ ପୁଷ୍ପ ମାଲ୍ୟା ପ୍ରଦାନ କରିବା ସହିତ ଦିପ ଜାଲି ପୂଜା କରାଯାଇଥିଲା ।

ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ “ସମର୍ପଣ ଦିବସ ” ରୂପେ ପାଳିତ କରାଯାଇଥିଲା। ଶ୍ରୀ ମହାନ୍ତି ଉପସ୍ଥିତ କାର୍ଯ୍ୟ କର୍ତ୍ତା ମାନଙ୍କୁ ଦିନଦୟାଲ ଉପାଧ୍ୟାୟ ଙ୍କ ଆଦର୍ଶକୁ ନିଜ ଜୀବନରେ ଗ୍ରହଣ କରିବା ସହିତ ରାଷ୍ଟ୍ରର ପୁନଃ ନିର୍ମାଣ ଦିଗରେ ନିଜ ନିଜ ର ଭୂମିକା ନିର୍ବାହ କରିବା ପାଇଁ ଆମ୍ଭମାନଙ୍କର ଏକମାତ୍ର ଲକ୍ଷ ହେବା ଦରକାର ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ।

ଆଜିର ଏହି ” ସମର୍ପଣ ଦିବସ,” ରେ ସର୍ବଶ୍ରି ତାପସ କୁମାର ପଟ୍ଟନାୟକ, ଶ୍ୟାମ ସୁନ୍ଦର ପୁରୋହିତ, ରାଜକୁମାର ମେହେର,ନିରଞ୍ଜନ ଦାନୀ, ଆଜ୍ଜାଦ ଅମାତ, ବାମନ ବାରିକ, ନବୀନ ହୋତା, ଶମ୍ଭୁ ପ୍ରଧାନ,ବିଶି କେସନ ମେହେର ସୁବ୍ରତ କୁମାର ପ୍ରଧାନ ଙ୍କ ସହିତ ମଣ୍ଡଳ,ମୋର୍ଚ୍ଚା ସଭାପତି ଓ କାର୍ଯ୍ୟ କର୍ତ୍ତା ପ୍ରଭୁତି ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ l