ଧର୍ମଗଡ଼ :୯/୨(ହେମନ୍ତ କୁମାର ମାଝୀ)ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ, ଠାରେ ଗତ ୧ ତାରିଖରୁ ଆରମ୍ଭ ହୋଇଥିବା ଆଠ ଦିନ ବ୍ୟାପି ଆତ୍ମ ସୁରକ୍ଷା ତାଲିମ ଶିବିର ଆଜି ଉତଯାପିତ ହୋଇଯାଇ ଅଛି l ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷା, ଶ୍ରୀମତୀ ପ୍ରିୟମ୍ବଦା ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୂଖ୍ୟ ଅଥିତି ଭାବେ ସହ ଉପ- ଜିଲ୍ଲାପାଳ ,ଶ୍ରୀ ଅଜିତ କୁମାର ଶବର ଯୋଗଦାନ ପୂର୍ବକ ଏକ ନିଆରା କାବ୍ୟିକ ଧାରାରେ ଉଦବୋଧନ ଦେଇ ଛାତ୍ରୀ ମାନଙ୍କୁ ଆତ୍ମସୁରକ୍ଷା ର ବିଭିନ୍ନ ଦିଗ ଉପରେ ଆଲୋକପାତ କରି ଉତ୍ସାହିତ କରିଥିଲେ l

ପରେ ଛାତ୍ରୀମାନେ ଶିକ୍ଷାଲାଭ କରିଥିବା ଆତ୍ମସୁରକ୍ଷା କଳା ପ୍ରଦର୍ଶନକୁ ଅବଲୋକନ ପୂର୍ବକ, ଶ୍ରୀଯୁକ୍ତ ଶବର ସେମାଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ l ଅଧ୍ୟାପକ ବଙ୍କିମ କୁମାର ମୁଣ୍ଡ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ସଂଜୀବ କୁମାର ମୁଣ୍ଡ ମଞ୍ଚ ସଂଯୋଜନା ତଥା ଧନ୍ୟବାଦ ଅର୍ପଣ କରିଥିଲେ l ମାଷ୍ଟର ଟ୍ରେନର ଭାବେ ସୋନାଲି ପଣ୍ଡା, ରୁଲିୟାନା ସିପକା ଓ ବନିତା ରାଉତ ଆତ୍ମ ସୁରକ୍ଷାର ବିଭିନ୍ନ କଳା ଓ କୌଶଳର ତାଲିମ ଛାତ୍ରୀ ମାନଙ୍କୁ ପ୍ରଦାନ କରିଥିଲେ l ଅଧ୍ୟାପିକା ଶ୍ରୀମତୀ ସୁମିତା ମିଶ୍ର, ଅଧ୍ୟାପିକା ଶ୍ରୀମତୀ ମମତା ତ୍ରିପାଠୀ, ଅଧ୍ୟାପିକା ଶ୍ରୀମତୀ ସରିତା ସାମନ୍ତରାୟ ତଥା ଅନ୍ୟ ସମସ୍ତ କର୍ମଚାରୀ ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ।