ଢେଙ୍କାନାଳ :ଦିନ ଥିଲା ବାଉଁଶ ବ୍ୟବହାର ଘରେ ଘରେ ବହୁଳ ଭାବରେ ବ୍ୟବହାର ହେଉଥିଲା । ମାତ୍ର ପରବତର୍ରି ସମୟରେ ପ୍ଲାଷ୍ଟିକର ବ୍ୟବହାର ଯୋଗୁ ଏହାର ଚାହିଦା ଧିରେ ଧିରେ କମିଯାଇଛି । ପ୍ଲାଷ୍ଟିକ ବ୍ୟବହାର ଦ୍ୱାରା ପରିବେଶ ଦୂଷିତ ହେଉଅଛି । ତେଣୁ ବାଉଁଶ ତିଆରୀ ସୌଖୀନ ସାମଗ୍ରୀର ଚାହିଦା ବଢାଇବା ପାଇଁ ନିଉ ଇଣ୍ଡିଆ ସ୍ୱେଚ୍ଚାସେବୀ ଅନୁଷ୍ଠାନ ସନ୍ଥପୁର ଏବଂ ଓଡିଆ ବାଉଁଶ ଉନ୍ନୟନ ସଂସ୍ଥା ଭୁବନେଶ୍ୱରର ମିଳିତ ସହଯୋଗରେ ଗଁଦିଆ ଏବଂ ପୋରୁହଖୋଜ ଗ୍ରାମପଂଚାୟତର ୨୫ଜଣ ବାଉଁଶ କାରୀଗରଙ୍କ ନିଉ ଇଣ୍ଡିଆ ପ୍ରଶିକ୍ଷଣ କେନ୍ଦ୍ର ସନ୍ଥପୁରଠାରେ ୨୮ା୧ା୨୦୨୪ଠାରୁ ୬ା୨ା୨୦୨୪ ଏକମାସିଆ ବାଉଁଶ ତିଆରୀ ସୌଖୀନ ସାମଗ୍ରୀ ପ୍ରଶିକ୍ଷଣ କାରିଗରଙ୍କୁ ଦିଆଯାଇଥିଲା ।

ଏହି କାଯର୍ର୍ୟକ୍ରମରେ ପ୍ରଶିକ୍ଷକ ଭାବରେ କଳ୍ପନା ସାହୁ ପ୍ରଶିକ୍ଷଣ ଦେଇଥିଲେ । ଏହାକୁ ସଂଯୋଜନା କରିଥିଲେ ନିଉ ଇଣ୍ଡିଆ ଅନୁଷ୍ଠାନର ପ୍ରକଳ୍ପ ସଂଯୋଜକ କୈଳାସ ଚନ୍ଦ୍ର ରାଉତ, ବାଉଁଶ ଉନ୍ନୟନ ସଂସ୍ଥାର ଡେପୁଟୀ ରେଞ୍ଜର ଅନିତ କୁମାର ପଟ୍ଟନାୟକ । ୬ା୨ା୨୪ରେ ଉଦଯାପନୀ ଦିବସରେ ବାଉଁଶ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ସୁଦିପ କୁମାର ନାୟକ, ଉପ ନିଦେ୍ର୍ଦଶିକା କିରଣବାଳା ସାମନ୍ତରାୟ ପ୍ରମୁଖ ଯୋଗଦେଇ ସମସ୍ତ କାରୀଗରଙ୍କୁ ବାଉଁଶ ବଣକୁ ନେଇ ବାଉଁଶ କିପରି କଟିଂ ହେବ ଏବଂ କଟିଂ ହେଉଥିବା ମୂଳର କିପରି ଯତ୍ନ ନେଲେ, ମୂଳରେ ଭଲ କୁଆଁ ବାହାରିବ ବତାଇଥିଲେ ।

ଶେଷରେ ଉଦଯାପନୀ ସଭା ଅନୁଷ୍ଠିତ ହୋଇଥିଲା । ନିଉ ଇଣ୍ଡିଆ ଅନୁଷ୍ଠାନ ସମ୍ପାଦକ ଶେଷଦେବ ରାଉତ ପରିଚାଳନା କରିବା ସହ ସମସ୍ତ କାରୀଗର କପରି ଭାରତ ସରକାରଙ୍କ ବିଶ୍ୱକର୍ମା ଯୋଜନାରେ ଅନ୍ତଗର୍ରତ ହୋଇପାରିବେ ଏବଂ ଏଥିରୁ କିପରି ଆର୍ଥିକ ସହଯୋଗ ପାଇପାରିବେ ଆଲୋକପାତ କରିବା ସହ ବାଉଁଶ ଶିଳ୍ପ କିପରି ଗଁଦିଆ ଅଂଚଳରେ ପ୍ରସିଦ୍ଧି ଲାଭ କରିବ ସେ ସମ୍ପର୍କରେ ସମସ୍ତ କାରୀଗରଙ୍କୁ ଉତ୍ସାହିତ କରିଥିଲେ । ଶେଷରେ ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ବାଉଁଶ ଉନ୍ନୟନ ସଂସ୍ଥା ଭୁବନେଶ୍ୱର ନିଦେ୍ର୍ଦଶକ ସୁଦିପ କୁମାର ନାୟକ ପ୍ରଶିକ୍ଷଣ ପ୍ରମାଣପତ୍ର ପ୍ରଦାନ କରିଥିଲେ ।