କେସିଙ୍ଗା : ୬/୨(ପ୍ରୀତେଶ ପଟେଲ)ସହର ର ବିଭିନ୍ନ ଛୋଟ ବଡ଼ ବିଧିବଦ୍ଧ ସମସ୍ୟା ନେଇ ଗତକାଲି କେସିଙ୍ଗା ବିକାଶ ମଞ୍ଚ ପକ୍ଷ ରୁ ସ୍ଥାନୀୟ ବ୍ଲକ ସଭାଗୃହ ରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି।ମୁଖ୍ୟତଃ ଗତ କିଛି ଦିନ ତଳେ ଆରମ୍ଭ ହୋଇ ଥିବା କେସିଙ୍ଗା ବ୍ଲକ ର ଦୁଇ ଜାଗାରେ ଅବସ୍ଥିତ ଟୋଲ ଗେଟ ଉପରେ ବିସ୍ତାର ଭାବରେ ଆଲୋଚନା କରାଯାଇ ଥିଲା।

ରାଜ ପଥ ବିଭାଗର ନିୟମ ଅନୁସାରେ ୨୦ କିଲୋମିଟର ଭିତରେ ଥିବା ଗାଆଁ ଗଣ୍ଡା ସହର ଟୋଲ ମୁକ୍ତ ର ପ୍ରାଭଦାନ ଥିବା ବେଳେ କିନ୍ତୁ କେସିଙ୍ଗା ରେ ଟୋଲ ମୁକ୍ତ ନ ହେବାରୁ ବୈଠକ ରେ ଉଦବେଗ ପ୍ରକାଶ ପାଇଥିଲା।

ଏହି ଟୋଲ ଟ୍ୟାକ୍ସ ଛାଡ଼ ବିଷୟରେ ଟୋଲ ଟ୍ୟାକ୍ସ ଆଦାୟ କରୁଥିବା ସଂସ୍ଥା ର ଅଧିକାରୀ ମାନଙ୍କ ସହିତ ମଧ୍ୟ ବିକାଶ ମଞ୍ଚ ର କର୍ମକର୍ତ୍ତା ଫୋନ ମାଧ୍ୟମରେ କଥା ହୋଇ ଥିଲେ ହେଲେ ଅଧିକାରୀ ଜଣକ ନିୟମ କାନୁନ୍ ର ପାଠ ପଢାଇ ୨୦ କିଲୋମିଟର ଭିତରେ ମାସକୁ ୩୨୦ ଟଙ୍କା ଦେଇ ପାସ ନେବା ପାଇଁ କହିଥିଲେ।

ହେଲେ ଆଖପାଖ ଜିଲ୍ଲାରେ ଅବସ୍ଥିତ ଟୋଲ ଗେଟ ରେ ଜିଲ୍ଲା ବାସୀ ବିନା ଟୋଲ ଟ୍ୟାକ୍ସ ରେ ଯାତାୟାତ କରୁଥିବା ଜଣାପଡିବା ପରେ ବହୁତ କମ ଦିନ ଭିତରେ ସମସ୍ୟା ର ସମାଧାନ ନହେଲେ ଆଗକୁ ଆନ୍ଦୋଳନ ଆରମ୍ଭ କରାଯିବ ବୋଲି ବିକାଶ ମଞ୍ଚ ଉପରକୁ ଏନ୍ ଏଚ ବିଭାଗକୁ ଚେତାବନୀ ଦିଆଯାଇଛି।