ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଧର୍ମଶାଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଛାତ୍ରୀ ଆତ୍ମ ସୁରକ୍ଷା ତଲିମ ଶିବିର ଉଦଯାପିତ ହୋଇ ଯାଇଅଛି l

ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଗୋପାଳ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସଭାରେ ପ୍ରାଧ୍ୟାପିକା ଶ୍ରୀମତି ନମିତା ରଥ, ବରିଷ୍ଟ ଅଧ୍ୟାପକ ଶ୍ରୀ ପ୍ରଫୁଲ୍ଲ କୁମାର ପାତ୍ର ଓ ବରିଷ୍ଠ ଗ୍ରନ୍ଥାଗରିକ ଶ୍ରୀ ରାଜେନ୍ଦ୍ର ପ୍ରସାଦ ବେଦବାକ୍ ଅତିଥି ଭାବରେ ଯୋଗଦାନ କରି ଛାତ୍ରୀ ସୁରକ୍ଷା ତାଲିମ ଶିବିରର ଉଦ୍ଦେଶ୍ୟ ଓ କାର୍ଯ୍ୟକାରିତା ବିଷୟରେ ଆଲୋଚନା କରିଥିଲେ ।

କ୍ରୀଡ଼ା ପ୍ରଶିକ୍ଷକ ଶ୍ରୀ ଗୋବିନ୍ଦ ପ୍ରଧାନଙ୍କ ତତ୍ତ୍ବାବଧାନରେ ପ୍ରଶିକ୍ଷଣ ନେଇଥିବା ଛାତ୍ରୀମାନଙ୍କୁ ଓ ପ୍ରଶିକ୍ଷିକା ସୁଶ୍ରୀ ଅଂକିତା ସାହୁ ଏବଂ ସୁଶ୍ରୀ କଲ୍ୟାଣ ମୟୀ ତ୍ରିପାଠୀଙ୍କୁ ସମ୍ମାନ ପତ୍ର ପ୍ରଦାନ କରା ଯାଇଥିଲା । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରାଧ୍ୟାପକ ଡକ୍ଟର ପୁରୁଷୋତ୍ତମ ମିଶ୍ର । ଏହା ସହିତ ଶ୍ରୀ ଗଦାଧର ପ୍ରଧାନ , ଶ୍ରୀ ବିଭୀଷଣ ପ୍ରଧାନ ଓ ଶ୍ରୀ ନୀଳାମ୍ବର ଝାଂକର ଆଦି କର୍ମଚାରୀ ବୃନ୍ଦ ଉତ୍ସବରେ ସକ୍ରୀୟ ସହଯୋଗ କରିଥିଲେ ।