ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ଆଜି ସୁବର୍ଣ୍ଣପୁର ଜିଲ୍ଲା ଜମାକାରୀ ମିଳିତ ମଞ୍ଚ ତରଫରୁ ଏକ ଜରୁରୀ ବୈଠକ ସୁବର୍ଣମେରୁ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା ସଭାପତି ସୋମନାଥ ପଧାନଂକ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଅଛି। ଏହି ବୈଠକରେ ମିଳିତ ମଞ୍ଚ ର ରାଜ୍ୟ ନେତୃତ୍ବ ବିଭୁଦତ୍ତ ମିଶ୍ର ଯୋଗଦେଇ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ସମସ୍ତ କ୍ଷତିଗ୍ରସ୍ତ ଜମାକାରୀ ତାଙ୍କୁ ଚିହ୍ନଟ କରିବା ପାଇଁ ଚଳିତ ସରକାର ଙ୍କ ଉପରେ ଚାପ ପକାଇବାକୁ ଆହ୍ୱାନ ଦେଇଥିଲେ ।

ଗତ ନଭେମ୍ବର ମାସରେ ‌ହୋଇଥିବା ବିରାଟ ଜମାକାରୀ ରାଲି ଓ ବିଖ୍ୟୋବ ପରେ ଜିଲ୍ଲା ପ୍ରଶାସନ ଦେଇଥିବା ପ୍ରତିଶୃତି କାର୍ଯ୍ୟକାରୀ ନହେବାରୁ ପୁନର୍ବାର ଆନ୍ଦୋଳନ ମୁହାଁ ହେବା ବ୍ୟତୀତ ଜମାକାରୀଂକ ପାଖରେ ଅନ୍ୟ ରାସ୍ତା ନାହିଁ ବୋଲି ଶ୍ରୀ ମିଶ୍ର ଖ୍ୟୋବ ପ୍ରକାଶ କରିଥିଲେ। ଆଗାମୀ ଦିନରେ ଜିଲ୍ଲାପାଳଂକ କାର୍ଯ୍ୟାଳୟ ସମ୍ମୁଖରେ ସୁବର୍ଣ୍ଣପୁର ର ସମସ୍ତ କ୍ଷତିଗ୍ରସ୍ତ ଜମାକାରୀଂକୁ ତହସିଲ୍ ଜରିଆରେ ଚିହ୍ନଟ କରିବାପାଇଁ ଜୋରଦାର୍ ଆନ୍ଦୋଳନ କରିବାକୁ ମତପ୍ରକାଶ ପାଇଥିଲା। ଶେଷରେ କିଶୋର ବଗର୍ତ୍ତି ଧନ୍ୟବାଦ ଜଣାଇଥିଲେ।